Categories: ଜାତୀୟ

ରଦ୍ଦ ହୋଇଯିବ ଓଓ୍ବାଇସିଙ୍କ ସଦସ୍ୟଦା, ରାଷ୍ଟ୍ରପତିଙ୍କ ପାଖରେ ହେଲା ଅଭିଯୋଗ

ନୂଆଦିଲ୍ଲୀ,୨୬।୬: ହାଇଦ୍ରାବାଦର ଲୋକସଭା ସାଂସଦ ତଥା ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏମପି ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ସମାରୋହରେ ସେ ପାଲେଷ୍ଟାଇନକୁ ସମର୍ଥନ କରିବା ସହ ସ୍ଲୋଗାନ ଦେଇଥିଲେ। ଯାହା ପରେ ବିବାଦ ଦେଖାଦେଇଥିଲା। ଓୱାଇସି ଏହା ଉପରେ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି। ହେଲେ ତାଙ୍କ ସଂସଦର ସଦସ୍ୟତା ବାତିଲ କରିବାକୁ ଦାବି ତେଜିବାରେ ଲାଗିଛି। ଏହି ସମୟରେ ଆଇଜନୀବୀ ହରିଶଙ୍କର ଜୈନ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ହରିଶଙ୍କର ଭାରତୀୟ ସମ୍ବିଧାନର ଧାରା ୧୦୨ ଏବଂ ୧୦୩ ଅନୁଯାୟୀ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏବଂ ତାଙ୍କୁ ସଂସଦର ସଦସ୍ୟ ଭାବରେ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛନ୍ତି। ସୂଚନାଥାଉ କି, ଓୱାଇସିଙ୍କ ସ୍ଲୋଗାନ ପରେ ସଂସଦରେ ଉତ୍ତେଜନା ଦେଖାଦେଇଥିଲା।

ଏନଡିଏ ଏମପିମାନେ ଏହାକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ। ଓୱାଇସିଙ୍କ ବିବୃତ୍ତିରେ ଭାଜପା ଆପତ୍ତି କରିଛି ଏବଂ କହିଛି ଯେ ବିଦ୍ୟମାନ ନିୟମ ଅନୁଯାୟୀ ତାଙ୍କୁ ସଂସଦରୁ ଅଯୋଗ୍ୟ ଘୋଷଣା କରିବାର କାରଣ ରହିଛି। ଧାରା ୧୦୨କୁ ଦର୍ଶାଇ ଭାଜପା କହିଛି ଯେ, ଓୱାଇସିଙ୍କୁ ସଦସ୍ୟତା ଅଯୋଗ୍ୟ କରାଯାଇପାରିବ।

ଏନେଇ ଆସାଦୁଦ୍ଦିନ ଓୱାଇସି ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ସେ ଗୃହରେ କିଛି ଭୁଲ କହି ନାହାଁନ୍ତି। ସମ୍ବିଧାନର କୌଣସି ବ୍ୟବସ୍ଥାକୁ ଉଲ୍ଲଂଘନ କରିନାହାଁନ୍ତି। ଶପଥ ଗ୍ରହଣ ସମୟରେ ହାଇଦ୍ରାବାଦର AIMIM ଏମପି ‘ଜୟ ପାଲେଷ୍ଟାଇନ’ ସ୍ଲୋଗାନ ଦେଇଥିଲେ। ଯାହାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି।

Share