ନୂଆଦିଲ୍ଲୀ,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଏଆଇଏମ୍ଆଇଏମ୍ ଭଲ ପ୍ରଦର୍ଶନ କରିଛି। ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ଓଓ୍ବାଇସିଙ୍କ ଦଳ ୫ଟି ଆସନରେ ବିଜୟୀ ହୋଇଛି। ବିହାରରେ ମିଳିଥିବା ସଫଳତା ପରେ ଏବେ ଦଳ ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ପ୍ରସ୍ତୁତ ହେଉଥିବା ଦଳର ଅଧ୍ୟକ୍ଷ ଅସାଦୁଦ୍ଦିନ୍ ଓଓ୍ବାଇସି କହିଛନ୍ତିି। ବିହାରରେ ଏଆଇଏମ୍ଆଇଏମ୍ ସଫଳତା ନେଇ ସେ ବେଶ୍ ଖୁସି ବୋଲି କହିଛନ୍ତି। ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଏଆଇଏମ୍ଆଇଏମ୍ ଖୁବ୍ ଶୀଘ୍ର ପ୍ରସ୍ତୁତି ଆରମ୍ଭ ହେବ। ସେହିପରି ୨୦୨୧ରେ ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନରେ ଏଆଇଏମ୍ଆଇଏମ୍ ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି।