ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ ଘରୋଇ ଉପଚାରରେ ଉକ୍ତ ସ୍ଥାନରେ ହଳଦୀର ଲେପ ଦିଆଯାଇଥାଏ। ଫଳରେ ଆରାମ ଲାଗିଥିଲା। ଏହା କେବଳ ଭାରତରେ କରାଯାଏ। ମାତ୍ର ଥାଇଲାଣ୍ଡର ଏକ ବିଲେଇକୁ ସଂକ୍ରମଣ ହେବାର ତା’ର ମାଲିିକ ଘରୋଇ ଉପଚାର କରାଇଲେ। ଫଳରେ ବିଲେଇଟି ସମ୍ପୂର୍ଣ୍ଣ ହଳଦିଆ ହୋଇଯାଇଛି।
ମହିଳା ଜଣଙ୍କ ହେଲେ ଥାମାପା ସୁପମାସ୍। ତାଙ୍କ ପୋଷା ବିଲେଇକୁ ଫଙ୍ଗାଲ ସଂକ୍ରମଣ ହୋଇଥିଲା। ତେଣୁ ସେ ହଳଦୀରେ ତା’ର ଉପଚାର କରାଇଥିଲେ। ହଳଦୀକୁ ପାଣିରେ ମିଶାଇ ବିଲେଇ ଦେହରେ ଢାଳିଦେଲେ। ଏହା ପରେ ବିଲେଇର ରଙ୍ଗ ସମ୍ପୂର୍ଣ୍ଣ ରୂପେ ହଳଦିଆ ହୋଇଗଲା। ଏହାର ଫଟୋ ଉଠାଇ ଥାମାପା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ଖୁବ୍ ଭାଇରାଲ ହେବା ସହ ଲୋକେ ପସନ୍ଦ ମଧ୍ୟ କରୁଛନ୍ତି।