ଗିରଫ ହେଲେ ଚିଟଫଣ୍ଡ ସଂସ୍ଥାର ମାଲିକ

ବ୍ରହ୍ମପୁର ଅଫିସ,୧୧ା୨: ଟାଉନ ଥାନା ପୋଲିସ ୱାରେଣ୍ଟ ବଳରେ ଏକ ଚିଟଫଣ୍ଡ ସଂସ୍ଥାର ମାଲିକଙ୍କୁ ଗିରଫ କରିଛି। ସେ ହେଲେ ଗ୍ରୀନ୍‌ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥାର ଅନ୍ୟତମ ମାଲିକ ତଥା ବଡବଜାର ଥାନା ଅଧୀନ ଗଣେଶ ନଗରର ଜିତେନ୍ଦ୍ର କୁମାର ମିଶ୍ର ଓରଫ ଜିତୁ (୪୬)।

ତାଙ୍କ ବିରୋଧରେ ୯୦୮/୧୪, ୨/୧୬, ୪/୧୬ ଓ ୬/୧୬ ଏପରି ୪ ୱାରେଣ୍ଟ ରହିଥିଲା। ପୋଲିସ ଉକ୍ତ ୱାରେଣ୍ଟ ବଳରେ ଜିତେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ଏସ୍‌ଆଇ ସୂର୍ଯ୍ୟଚନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବ୍ରହ୍ମପୁରରେ ଥିବା ଗ୍ରୀନ ଇଣ୍ଡିଆ ସଂସ୍ଥା ଜିଲାରେ ଜମାକାରୀଙ୍କୁ ଅଧିକ ସୁଧଦେବାକୁ ପ୍ରତିଶ୍ରୁତି ଦେଇ ବହୁ କୋଟି ଠକି ନେଇଥିଲା। ଏ ନେଇ କ୍ଷତିଗ୍ରସ୍ତ ଜମାକାରୀ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ପୂର୍ବରୁ ଚିଟ୍‌ଫଣ୍ଡ ସଂସ୍ଥାର କେତେଜଣ କର୍ମଚାରୀଙ୍କୁ ଗିରଫ କରିଥିଲା।

Share