ସିଏନ୍‌ବିଟିରେ ପ୍ରବେଶ ଶୁଳ୍କ ନ ଦେବାକୁ ମାଲିକ ସଂଘର ନିଷ୍ପତ୍ତି

କଟକ,୮ା୨(କାର୍ତ୍ତିକ ସାହୁ): କଟକ ଘରୋଇ ବସ୍‌ ମାଲିକ ସଂଘ ଏବଂ ମୋଟର ଯାନ କର୍ମଚାରୀ ସଂଘ ମଧ୍ୟରେ ବିବାଦ ଘଟି ସିଏନ୍‌ବିଟିରେ ପ୍ରବେଶ ଶୁଳ୍କ ନ ଦେବାକୁ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଏନେଇ ସଂଘ ପକ୍ଷରୁ ସିଏନ୍‌ବିଟି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା ନେଇ ଲିଙ୍କ ରୋଡ୍‌ସ୍ଥିତ ସଂଘ କାର୍ଯ୍ୟାଳୟରେ ଗୁରୁବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଂଘର ସଭାପତି ପ୍ରିୟବ୍ରତ ତ୍ରିପାଠୀ ଓ ସମ୍ପାଦକ ନିରଞ୍ଜନ ସାହୁ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ସିଏନ୍‌ବିଟିରେ ଏକ ବରଗଡ଼ର ବସ୍‌ ରହଣ ପରିବର୍ତ୍ତନକୁ ନେଇ ବିବାଦ ସୃଷ୍ଟି ହୋଇଛି। ସମ୍ପୃକ୍ତ ବସ୍‌ର କର୍ମଚାରୀ ନିୟମ ନ ମାନି ମନଇଛା କାର୍ଯ୍ୟ କରୁଥିବା ଓ ମୋଟର ଯାନ କର୍ମଚାରୀ ସଂଘ ଏହାକୁ ସହଯୋଗ ଯୋଗାଉଥିବା ମାଲିକ ସଂଘ ଅଭିଯୋଗ ଉଠାଇଛନ୍ତି। ବିବାଦ ସମାଧାନ ନ କଲା ଯାଏ ଶନିବାର ପ୍ରବେଶ ଶୁକ୍ଳ ପ୍ରଦାନ ବନ୍ଦ ରଖିବାକୁ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।
Share