ନୂଆଦିଲ୍ଲୀ,୯ା୫: ଘରୋଇ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ)ର ମାଲିକାନା ଗତ ମାର୍ଚ୍ଚରେ ୧୯.୫%କୁ ହ୍ରାସ ପାଇ ୬୧୯ ବିଲିୟନ ଡଲାରରେ ପହଞ୍ଚିଛି। ନ୍ୟାଶନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍ (ଏନ୍ଏସ୍ଇ)-୫୦୦ କମ୍ପାନୀଗୁଡ଼ିକର ବିଶ୍ଲେଷଣ ପରେ ବ୍ରୋକରେଜ୍ ଫାର୍ମ ବ୍ୟାଙ୍କ୍ ଅଫ୍ ଆମେରିକା ସିକ୍ୟୁରିଟିଜ୍ ଇଣ୍ଡିଆ ପକ୍ଷରୁ ଏହି ତଥ୍ୟ ପ୍ରକାଶ କରାଯାଇଛି।
୨୦୧୯ ମାର୍ଚ୍ଚରେ ଏଫ୍ପିଆଇର ମାଲିକାନା ୧୯.୩% ରହିଥିଲା। ବାର୍ଷିକ ତଥ୍ୟ ଆଧାରରେ ୨୦୨୧ ମାର୍ଚ୍ଚରେ ଏହା ୨୧.୨% ସ୍ତରରେ ରହିଥିଲା। ୨୦୨୧ ଡିସେମ୍ବରରେ ଘରୋଇ ଶେୟାରର ୫ବର୍ଷର ସର୍ବାଧିକ ସ୍ତରରେ ୨୧.୪% ମାଲିକାନା ରହିଥିଲା। ସେହିପରି ୨୦୧୭ ଡିସେମ୍ବରରେ ୫ବର୍ଷର ସର୍ବନିମ୍ନ ସ୍ତର ୧୮.୬%ରେ ରହିଥିଲା। ତେବେ ଏଫ୍ପିଆରେ ହ୍ରାସ ଘଟିଥିଲେ ମଧ୍ୟ ମାର୍ଚ୍ଚ ଅବଧିରେ ଘରୋଇ ଫଣ୍ଡ୍(ଡିଏଫ୍) ପକ୍ଷରୁ ୬ ବିଲିୟନ ଡଲାରର ନିବେଶ କରାଯାଇ ନିଜ ମାଲିକାନାରେ ବୃଦ୍ଧି ଘଟିଛି। ତଥ୍ୟ ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଘରୋଇ ଫଣ୍ଡ୍ରେ ୧୪.୬ ବିଲିୟନ ଡଲାର ନିବେଶ କରାଯାଇଛି।