ଭାରତରେ ଉପଲବ୍ଧ ହେବ କରୋନା ଟିକା, ଦାମ୍‌ ରହିଛି…

ନୂଆଦିଲ୍ଲୀ,୮ା୮ : ଭାରତରେ କରୋନା ମହାମାରୀ ବର୍ତ୍ତମାନ ଦ୍ରୁତ ଗତିରେ ମାଡ଼ିଚାଲିଛି। ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ପ୍ରଥମ ସ୍ଥାନରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଲୋକେ କରୋନା ଟିକା ପରୀକ୍ଷା ଆଶା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଅକ୍ସଫୋର୍ଡ ୟୁନିଭରସିଟି ଟିକାଠାରୁ ଲୋକେ ଅଧିକ ଆଶା ରଖିଛନ୍ତି। ଯାହାର ମାନବ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏକ ଗରିବ ଦେଶ। ତେଣୁ ଏଠାରେ ବାସ କରୁଥିବା ଗରିବ ଏବଂ ମଧ୍ୟବିତ୍ତ ପରିବାରର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ମାତ୍ର ୨୨୫ ଟଙ୍କାରେ କରୋନା ଭ୍ୟାକ୍‌ସିନ୍‌ ବା ଟିକା ମିଳିପାରିବ।
ବିଶ୍ୱରେ କରୋନା ଟିକା ବିକଶିତ କରିବାରେ ସର୍ବାଗ୍ରେ ରହିଛନ୍ତି ଆମେରିକା, ରୁଷିଆ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ। ଅକ୍ସଫୋର୍ଡ ୟୁନିଭରସିଟିରେ ବିକଶିତ କରୋନା ଟିକା ପାଇଁ ବିଶ୍ୱର ସର୍ବବୃହତ ଟିକା କମ୍ପାନୀ ମଧ୍ୟରୁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ମଧ୍ୟ ଅଂଶୀଦାର ଅଟେ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଭାରତରେ ଦ୍ୱିତୀୟ ଏବଂ ୩ୟ ପରୀକ୍ଷା ଆରମ୍ଭ କରିବାକୁ ଅକ୍ସଫୋର୍ଡ ୟୁନିଭରସିଟି ଟିକା ଅନୁମୋଦନ କରାଯାଇଛି। ଭାରତରେ ନୋଭାକ୍ସିନ ପରୀକ୍ଷା ପାଇଁ ଅନୁମୋଦନକୁ ଅପେକ୍ଷା କରାଯାଇଛି।

Share