Categories: ଜାତୀୟ

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୨୦ରୁ ଶସ୍ତା ହେବ ଏସବୁ ଉପକରଣ

ନୂଆଦିଲ୍ଲୀ, ୧୪।୭: ଦେଶର ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା କୋଭିଡ୍‌-୧୯ ପରିଚାଳନାରେ ବହୁଳ ବ୍ୟବହୃତ ହେଉଥିବା ପଲ୍ସ ଅକ୍ସିମିଟର, ରକ୍ତଚାପ ମାପିବା ମେଶିନ, ନେବୁଲାଇଜର, ଡିଜିଟାଲ ଥର୍ମୋମିଟର ଏବଂ ଗ୍ଲୁକୋମିଟରର ବ୍ୟବସାୟିକ ମାର୍ଜିନ ୭୦ ପ୍ରତିଶତରେ ସୀମିତ କରିଛନ୍ତି। ଫଳରେ ଏହି ଉପକରଣଗୁଡ଼ିକ ଯଥେଷ୍ଟ ଶସ୍ତା ହେବାକୁ ଯାଉଛି। ହୋମ୍‌ ଆଇସୋଲେଶନରେ ଥିବା କିମ୍ବା ଚିକିତ୍ସିତ ହେଉଥିବା କୋଭିଡ୍‌ ରୋଗୀ ନିୟମିତ ରକ୍ତଚାପ, ରକ୍ତ ଶର୍କରା, ଅକ୍ସିଜେନ ସ୍ତର ଏବଂ ଶରୀରର ତାପମାତ୍ରା ମାପୁଥିତ୍ବାରୁ ଉପରୋକ୍ତ ଉପକରଣଗୁଡ଼ିକର ଚାହିଦା ବହୁତ ବଢ଼ିଯାଇଛି। ନ୍ୟାଶନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ତଥ୍ୟ ଅନୁଯାୟୀ ଡିଷ୍ଟ୍ରିବ୍ୟୁଟରଙ୍କୁ ଦିଆଯାଉଥିବା ମୂଲ୍ୟଠାରୁ ଖୁଚୁରା ମୂଲ୍ୟ ୭୦୯% ପର୍ଯ୍ୟନ୍ତ ଅଧିକ ରହୁଛି। ସଂଶୋଧିତ ମୂଲ୍ୟ ଜୁଲାଇ ୨୦ରୁ ୨୦୨୨ ଜାନୁୟାରୀ ୩୧ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ନିୟାମକ ପକ୍ଷରୁ କୁହାଯାଇଛି। ସେହି ଅନୁଯାୟୀ ମେଡିକାଲ ଉପକରଣଗୁଡ଼ିକର ଉତ୍ପାଦନକାରୀ କମ୍ପାନୀ ସେଗୁଡ଼ିକର ଏମ୍‌ଆର୍‌ପି ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share