ଆରମ୍ଭ ହେଲା ଅକ୍ସିଜେନ୍‌ ବ୍ୟାଙ୍କ: ୨୫୦୦ ପୈଠ କରି ନିଅନ୍ତୁ ସିଲିଣ୍ଡର…

ନୋଏଡା,୧୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ସୃଷ୍ଟି ହୋଇଥିବା ଅକ୍ସିଜେନ୍‌ ଅଭାବ ସ୍ଥିତିକୁ ଅଧିକ ଜଟିଳ କରିଛି। ନୋଏଡାରେ ଏନେଇ ଅକ୍ସିଜେନ୍‌ ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି। ଏଥିପାଇଁ ସିକ୍ୟୁରିଟି ମନି ଭାବେ ୨୫୦୦ ଟଙ୍କା ଜମା କରିବାକୁ ପଡ଼ିବ। ଏହାଦ୍ୱାରା ଗ୍ରାହକଙ୍କୁ ୭ ଦିନ ପାଇଁ ସିଲିଣ୍ଡର ଯୋଗାଇ ଦିଆଯିବ। ଏହି ସିଲିଣ୍ଡରର କ୍ଷମତା ୫ ଲିଟର ରହିଛି। ଗ୍ରାହକଙ୍କୁ ରିଫିଲିଂ ପାଇଁ ୨୦୦ ଟଙ୍କା ଦେବାକୁ ପଡ଼ିବ। ସିଲିଣ୍ଡର ଫେରାଇବା ପରେ ଗ୍ରାହକଙ୍କୁ ସିକ୍ୟୁରିଟି ମନି ଫେରସ୍ତ କରାଯିବ। ନୋଏଡାରେ ଏଭଳି ୧୦ଟି କେନ୍ଦ୍ର ସ୍ଥାପନ କରାଯାଇଛି। ଘରେ କ୍ୱାରାଣ୍ଟାଇନ୍‌ରେ ରହିଥିବା କରୋନା ଆକ୍ରାନ୍ତ ଏହା ଦ୍ୱାରା ଉପକୃତ ହୋଇପାରିବେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସିଲିଣ୍ଡର ଯୋଗାଣ କାର୍ଯ୍ୟ ଜାରି ରହିବ।

Share