ଘରେ ରହି ଚିକିତ୍ସିତ ହେବାକୁ ଥିବା କରୋନା ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯିବ ଅକ୍ସିଜେନ କନସେନ୍‌ଟ୍ରେଟର

ଭୁବନେଶ୍ୱର,୫ା୬(ବ୍ୟୁରୋ): କରୋନା ମହାମାରୀର ଦ୍ୱିତୀୟ ଲହରରେ ଅକ୍ସିଜେନର ଘୋର  ଅଭାବ ଦେଖାଦେଇଛି। ତେବେ ଅକ୍ସିଜେନ ଯୋଗାଣ ପାଇଁ ବିଏମ୍‌ସି ବଡ଼ ପଦକ୍ଷେପ ନେଇଛି। ଏଣିକି ଘରେ ରହି ଚିକିତ୍ସିତ ହେବାକୁ ଚାହୁଁଥିବା କରୋନା ରୋଗୀଙ୍କୁ ଅକ୍ସିଜେନ କନସେନ୍‌ଟ୍ରେଟର ଯୋଗାଇ ଦିଆଯିବ ବୋଲି ବିଏମ୍‌ସି ସୂଚନା ଦେଇଛି। ସୋମବାର ଠାରୁ ଏହି ସେବା ଆରମ୍ଭ ହେବ ବୋଲି ବିଏମସି କମିଶନର ସଞ୍ଜୟ ସିଂ କହିଛନ୍ତି।

Share