Categories: ଜାତୀୟ

ଦିଲ୍ଲୀରେ ଶେଷ ହେଲା ଅକ୍ସିଜେନ ସମସ୍ୟା

ନୂଆଦିଲ୍ଲୀ, ୭ା୫ : ଦିଲ୍ଲୀରେ ଅକ୍ସିଜେନ ଅଭାବ ଶେଷ ହୋଇଥିବା ଶୁକ୍ରବାର ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପୂରା ସହରକୁ ୩ ମାସ ମଧ୍ୟରେ ଟିକାକରଣ କରିବାକୁ ଯୋଜନା କରାଯାଇଛି। କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି କେଜରିଓ୍ବାଲ।

ଏବେ ଦିଲ୍ଲୀରେ ଅକ୍ସିଜେନ ଅଭାବ ନାହିଁ। ଏଣୁ ଆମକୁ ଯଥେଷ୍ଟ ଅକ୍ସିଜେନ ବେଡ୍‌ ପ୍ରସ୍ତୁତ ରଖିବା ଦରକାର। ଯଦ୍ଦ୍ବାରା କାହାରି ମୃତ୍ୟୁ ହେବ ନାହିଁ ବୋଲି ବୈଠକରେ କହିଛନ୍ତି। ଏଥିରେ ଉପ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ ଓ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟମାନେ ଉପସ୍ଥିତ ଥିଲେ। ଆଗାମୀ ୩ ମାସ ମଧ୍ୟରେ ପୂରା ସହରରେ ଟିକାକରଣ ପ୍ରକ୍ରିୟା ଶେଷ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ। ସମ୍ଭବତଃ ୩ୟ ଲହରରୁ ରାଜଧାନୀବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟଙ୍କୁ ପ୍ରତ୍ୟେକ ଦିନ ୨ରୁ ୪ ଟିକାକରଣ କେନ୍ଦ୍ର ଭ୍ରମଣ କରିବାକୁ କୁହାଯାଇଛି।

Share