ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ, ଏକାଧିକ ଆହତ

ଭୁବନେଶ୍ୱର,୨୯ା୧୨: ପାଣ୍ଡରା ସ୍ଥିତ ହାଇଟେକ୍‌ ହସ୍ପିଟାଲରେ ବିସ୍ଫୋରଣ ହୋଇଛି। ହସ୍ପିଟାଲ ପରିସରରେ ଏମରଜେନ୍ସି ୱାର୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ବିସ୍ଫୋରଣରେ ୩ରୁ ୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତମାନେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି।

ତେବେ ସୂଚନା ମୁତାବକ ମେଡିକାଲ ପରିସରରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। କୌଣସି ଅକ୍ସିଜେନ ସିଲିଣ୍ଡରରେ ବିସ୍ଫୋରଣ ହୋଇନଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

 

Share