Categories: ଜାତୀୟ

ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ: ୨ ମୃତ

ଲକ୍ଷ୍ନୌ,୩୦।୧୨: ଉତ୍ତରପ୍ରଦେଶର ଚାନ୍ଦୌଲି ଜିଲାର ଏକ ଘରୋଇ ହସ୍ପିଟାଲ ବାହାରେ ଅକ୍ସିଜେନ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ କରି ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଏହି ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ୫୦୦ ମିଟର ଦୂରକୁ ଶୁଣାଯାଇଥିବା ସ୍ଥାନୀୟ ଲେକେ କହିଛନ୍ତି। ବିସ୍ଫୋରଣରେ ନିକଟସ୍ଥ ଘରଗୁଡ଼ିକର କାଚ ଭାଙ୍ଗିଯାଇଛି। ମୋଗଲସରାଇ ସହରର ରବି ନାଗର ଅଞ୍ଚଳରେ ଥିବା ଦୟଲ ହସ୍ପିଟାଲ ବାହାରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

Share