ଅକ୍ସିଜେନ୍‌ ଅଭାବ: ଜଣେ ଡାକ୍ତରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଅକ୍ସିଜେନ ଅଭାବ ଯୋଗୁ ଲଗାତାର ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ବାତ୍ରା ହସ୍ପିଟାଲରେ ୧ ଘଣ୍ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଅକ୍ସିଜେନ୍‌ ନ ମିଳିବାରୁ ଜଣେ ଡାକ୍ତରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୬ ଜଣ ଆଇସିୟୁରେ ଥିବାବେଳେ ୨ ଜଣ ସାଧାରଣ ଓ୍ବାର୍ଡରେ ଥିଲେ। ମୃତକଙ୍କ ମଧ୍ୟରେ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ମୁଖ୍ୟ ଡ. ଆର୍‌.କେ. ହିମାଥାନି ଅଛନ୍ତି। ପୂର୍ବାହ୍ନ ୧୧ଟା ୪୫ରେ ହସ୍ପିଟାଲରେ ଅକ୍ସିଜେନ୍‌ ସରି ଯାଇଥିଲା। ପରେ ୧ଟା ୩୦ରେ ଅକ୍ସିଜେନ ଯୋଗାଣ ହୋଇଥିଲା। ହସ୍ପିଟାଲରେ ୩୦୭ ରୋଗୀଙ୍କ ମଧ୍ୟରୁ ୨୩୦ ଗୁରୁତର ରୋଗୀ ବିନା ଅକ୍ସିଜେନ୍‌ରେ ରହିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତକମାନେ ୮୦ ମିନିଟ୍‌ ଧରି ବିନା ଅକ୍ସିଜେନ୍‌ରେ ଛଟପଟ ହୋଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Share