Categories: ଜାତୀୟ

ହସ୍ପିଟାଲରେ ଅକ୍ସିଜେନ୍‌ ଲିକ୍‌…

ନାସିକ୍‌,୨୧।୪: ଦେଶରେ କରୋନା ଲଢ଼େଇ ଜାରି ରହିଥିବାବେଳେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଏପରିସ୍ଥଳେ ମହାରାଷ୍ଟ୍ର ନାସିକ୍‌ର ଡ.ଜାକିର ହୁସେନ୍‌ ହସ୍ପିଟାଲରେ ଅକ୍ସିଜେନ୍‌ ଲିକ୍‌ ହୋଇଛି। ଏଥିରେ ୧୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ସୁରକ୍ଷା ଦୃଷ୍ଟିରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୧୭୧ ଜଣ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଅକ୍ସିଜେନ୍‌ ଲିକ୍‌କୁ ନିୟନ୍ତ୍ରଣ କରାଯାଇଛି। ଲିକ୍‌ କିଭଳି ହେଲା ତାହାର ତଦନ୍ତ ଜାରି ରହିଛି।

Share