ନୂଆଦିଲ୍ଲୀ: ହସ୍ପିଟାଲିଟି ଫାର୍ମ ଓୟୋ ୩୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଅପରେଶନ ଏବଂ ରିନୋଭେସନ ବିଭାଗରୁ ଏହି ଛଟେଇ ହୋଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ବର୍ତ୍ତମାନର ବାଣିଜି୍ୟକ ସ୍ଥିତିକୁ ବିଚାର କରି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି। ଏହାବାଦ କମ୍ପାନୀ କେତେକ ପରିଚାଳନାଗତ ପରିବର୍ତ୍ତନ ମଧ୍ୟ ହାତକୁ ନେଇଛି। ଟେକ୍ନୋଲୋଜି ବ୍ୟବହାର ଦ୍ୱାରା କମ୍ପାନୀ କିଛି କାର୍ଯ୍ୟକୁ ବ୍ୟବସ୍ଥିତ କରିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ମୁଖପାତ୍ର କହିଛନ୍ତି ଯେ, ବର୍ତ୍ତମାନର ସ୍ଥିତିରେ ବାଣିଜି୍ୟକ ସ୍ଥିତିକୁ ବ୍ୟବସ୍ଥିତ କରାଯାଉଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଓୟୋରେ ୧୦ ହଜାର ଲୋକ କାମ କରୁଛନ୍ତି। କୋଭିଡ ଲାଗି ଦେଶର ହସ୍ପିଟାଲିଟି ଶିଳ୍ପ କ୍ଷତିଗ୍ରସ୍ତ ହେବା ଯୋଗୁ କମ୍ପାନୀ ଏହାର କର୍ମଚାରୀଙ୍କ ବେତନ ହ୍ରାସ କରିବା ସହ ଅନ୍ୟ କେତେଜଣ କର୍ମଚାରୀଙ୍କୁ ଛୁଟିରେ ଯିବାକୁ କହିଛି।