ରାମଲଲାଙ୍କ ଦର୍ଶନ ପାଇଁ ଆଉ ବୁକିଂ କରିବାକୁ ପଡିବନି ହୋଟେଲ, ଅତିଥିଙ୍କୁ ଘରେ ରଖିବେ ଅଯୋଧ୍ୟାବାସୀ

ଅଯୋଧ୍ୟା,୧୮।୧: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ନେଇ ରୀତିନୀତି ଆରମ୍ଭ ହୋଇ ଯାଇଛି। ଜାନୁଆରୀ ୨୨ରେ, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବାବେଳେ ଗୁରୁବାର ମନ୍ଦିରରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ତେବେ ଆପଣ ମନ୍ଦିର ଦର୍ଶନ କରିବାକୁ ଆସୁଥିଲେ ଆପଣଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛ। ଆପଣ ଅଯୋଧ୍ୟାବାସୀଙ୍କ ଘରେ ଯାଇ ରହି ପାରିବେ ଅର୍ଥାତ୍‌ ବର୍ତ୍ତମାନ ଅଯୋଧ୍ୟାବାସୀ କିଛିଦିନ ରହଣି ପାଇଁ ସେମାନଙ୍କ ଘରେ ସ୍ଥାନ ଦେବେ ।

କହିରଖୁଛୁ କି, ଲୋକମାନଙ୍କୁ ଏକ ସୁଲଭ ମୂଲ୍ୟରେ ରୁମ୍‌ ଯୋଗାଉଥିବା ଓୟୋ କମ୍ପାନୀ ଏବେ ଅଯୋଧ୍ୟାବାସୀଙ୍କ ଘରେ ୬୫ଟିି ‘ହୋମ ଷ୍ଟେ’ ସୁବିଧା କରିଛି। ଦର୍ଶନାର୍ଥୀଙ୍କ ପାଇଁ ୫୧ଟି ଓୟୋ ହୋମ ଓ ୧୪ଟି ହୋଟେଲ ଖୋଲାଯାଇଛି। ଜାନୁଆରୀ ୨୨ରେ ରାମ ମନ୍ଦିରର ଉଦଘାଟନୀ ସମାରୋହରେ ଅଯୋଧ୍ୟାକୁ ତୀର୍ଥଯାତ୍ରୀଙ୍କ ସମାଗମକୁ ଲକ୍ଷ୍ୟ କରି କମ୍ପାନୀ ଏପରି ପଦକ୍ଷେପ ନେଇଛି।

ଓୟୋ ଅଯୋଧ୍ୟାବାସୀଙ୍କ ଘରେ ଓୟୋ ରୁମ୍‌ ଭଳି ସୁବିଧା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ହୋଟେଲ ଓ ଘରମାନଙ୍କରେ ଓୟୋ ଚଲାଇବା ପାଇଁ କମ୍ପାନୀ ଅଯୋଧ୍ୟା ବିକାଶ ପ୍ରାଧିକରଣ ଏବଂ ଉତ୍ତରପ୍ରଦେଶ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ ସହିତ ସହଭାଗୀ ହୋଇଛି।
ଓୟୋର ସ୍ବତନ୍ତ୍ର ନିର୍ଦ୍ଦେଶକ ଦୀପା ମଲିକ କହିଛନ୍ତ, ଅଯୋଧ୍ୟାରେ ପହଞ୍ଚୁଥିବା ଭିନ୍ନକ୍ଷମ ଭକ୍ତଙ୍କ ସୁବିଧା ପାଇଁ କମ୍ପାନୀ ବିଶେଷ ବ୍ୟବସ୍ଥା କରିଛି। ଓୟୋ ସେମାନଙ୍କ ପାଇଁ ରେମ୍ପ ସୁବିଧା ସହିତ ୧୫ଟି ହୋମ ଷ୍ଟେ ଖୋଲିଛି। ହୋଟେଲ ହେଉ କି ଘରେ ଗୋଟିଏ ରାତି ରହିବା ପାଇଁ ୧୦୦୦ଟଙ୍କା ଦେବାକୁ ପଡିବ ବୋଲି ଧାର୍ଯ୍ୟ କରାଯାଇଛି।

Share