Categories: ବାଣିଜ୍ୟ

ପି. ସି. ଚନ୍ଦ୍ରାର ୨ ଦିନିଆ ଅଳଙ୍କାର ପ୍ରଦର୍ଶନୀ

ଭୁବନେଶ୍ୱର,୩।୯ (ଅଭୟ ଦାଶ): ପି ସି ଚନ୍ଦ୍ରା ଜୁଏଲର୍ସର ୨ଦିନିଆ ଅଳଙ୍କାର ପ୍ରଦର୍ଶନୀ ସୋମବାର ଭୁବନେଶ୍ୱରର ଖାରବେଳନଗରସ୍ଥିତ ଶୋ’ରୁମ୍‌ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତି ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ଇଟର୍ନା କଲେକ୍ସନର ଅନାବରଣ (ଉନ୍ମୋଚନ) ମଧ୍ୟ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ଭଳି ଚଳିତବର୍ଷର ପାର୍ବଣଋତୁ ପୂର୍ବରୁ ପି ସି ଚନ୍ଦ୍ରା ଜୁଏଲର୍ସ ପକ୍ଷରୁ ଏକ ୨ଦିନିଆ ଅଳଙ୍କାର ପ୍ରଦଶର୍ନୀର ଆୟୋଜନ କରାଯାଇଛି। ଏହି ପ୍ରଦର୍ଶନୀ ୨୦୨୪ ସେପ୍ଟେମ୍ବର ୨ ଓ ୩ ତାରିଖ ସକାଳ ୧୦ରୁ ସନ୍ଧ୍ୟା ୯ ଘଟିକା ପର୍ଯ୍ୟନ୍ତ ଭୁବନେଶ୍ୱରର ଖାରବେଳନଗରସ୍ଥିତ ଶୋ’ରୁମ୍‌ ପରିସରରେ ଉପଲବ୍ଧ ରହିଛି। ସେହିଭଳି ଏହି ଅବସରରେ ବ୍ରାଣ୍ଡର ବିଭିନ୍ନ ଅଳଙ୍କାର ଓ ନୂତନ କଲେକ୍ସନ ଉନ୍ମୋଚନ ସାଙ୍ଗକୁ ପି ସି ଚନ୍ଦ୍ରାର ୧୦,୦୦୦ରୁ ଅଧିକ ହୀର ଓ ସୁନାର ଡିଜାଇନ ଉଭୟ ବିକ୍ରୟ ଓ ପ୍ରଦର୍ଶନୀ ପାଇଁ ଉନୁ୍ମକ୍ତ ରହିଛି। ଏପରିକି ଏହି ପରିପ୍ରେକ୍ଷୀରେ କ୍ରୟ କରୁଥିବା ଗ୍ରାହକ ଓ ଅଗ୍ରିମ ବୁକିଂ କରୁଥିବା ଉପଭୋକ୍ତାଙ୍କୁ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ଉପହାର ମଧ୍ୟ ଯୋଗାଇ ଦିଆଯାଉଛି। ସେହିପରି ପୁରୁଣା ସୁନା ଉପରେ ଶତପ୍ରତିଶତ ବଦଳ ଦର ଓ ମୂଲ୍ୟ ପ୍ରଦାନ କରାଯାଉଛି। ଏପରିକି ୦%ର ଇଏମ୍‌ଆଇ ସୁବିଧା ଓ ଗହଣା ବୀମା ଭଳି ସୁବିଧା ମଧ୍ୟ ଏହି ଅବସରରେ ପ୍ରଦାନ କରାଯାଉଛି।
ଏ ସମ୍ପର୍କରେ ପି ସି ଚନ୍ଦ୍ରା ଜୁଏଲର୍ସର ଭୁବନେଶ୍ୱରସ୍ଥିତ ଖାରବେଳନଗର ଆଉଟ୍‌ଲେଟର ମୁଖ୍ୟ ନାରୁଗୋପାଳ ସିଂହ କହିଥିଲେ, ଆମେ ଆମର ବହୁ ପ୍ରତୀକ୍ଷିତ ପାର୍ବଣ ପୂର୍ବ ପ୍ରଦର୍ଶନୀର ଶୁଭାରମ୍ଭ କରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହି ଅବସରରେ ବ୍ରାଣ୍ଡର ଇଟର୍ନା କଲେକ୍ସନ୍ସ ଉନ୍ମୋଚନ କରି ଆନନ୍ଦିତ ଥିଲାବେଳେ ଗ୍ରାହକଙ୍କ ଚାହିଦା ଓ ବଜାର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ୨ ଦିନିଆ ପ୍ରଦର୍ଶନୀର ଅୟମାରମ୍ଭ କରାଯାଇଛି। ଏହା ଜରିଆରେ ଆମେ ଆମର ବହୁମୂଲ୍ୟ ଗ୍ରାହକଙ୍କ ନିକଟତର ହେବା ସହିତ ସେମାନଙ୍କ ଆବଶ୍ୟକତାକୁ ମଧ୍ୟ ଉପହାର ଓ ରିହାତି ଜରିଆରେ ପୂରଣ କରିପାରିବୁ ବୋଲି ଆଶା ରଖିଛୁ।

Share