Advertisement

ପି.ଆର୍‌. ସର୍ବଜିତ ଆଇଏଫ୍‌ଏସ୍‌ ପରୀକ୍ଷାରେ ୧୦୪ ର଼୍ୟାଙ୍କ୍‌

ମହାକାଳପଡ଼ା,୧୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟନଗର ଗ୍ରାମର ମେଧାବୀ ଛାତ୍ର ପି.ଆର୍‌. ସର୍ବଜିତ ୨୦୨୩ରେ ସର୍ବଭାରତୀୟ ସ୍ତର ଭାରତୀୟ ବନ ସେବା ପରୀକ୍ଷାରେ ୧୦୪ତମ ସ୍ଥାନ ଅଧିକାର କରିଥିବା ପରିବାର ସୂତରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ ଗ୍ରାମର ରବୀନ୍ଦ୍ର ନାଥ ସାହୁ ଓ ପ୍ରିତିମୟୀଙ୍କ ସାନ ପୁଅ ସର୍ବଜିତ (୨୫)ର ସଫଳତା ହାସଲ କରିବା ପରେ ପରିବାର ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସର୍ବଜିତ ତୃତୀୟ ଥରରେ ସଫଳତା ହାସଲ କରିଛନ୍ତି। ତାଙ୍କ ଶୈଶବ ଜୀବନ ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢିବା, ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭିରେ ଯୁକ୍ତ ୨ ଶିକ୍ଷା ଲାଭ କରିବା ପରେ ମୁମ୍ବାଇସ୍ଥିତ ଆଇଆଇଟି ସିଭିଲରେ ବି. ଟେକ୍‌ କରିଛନ୍ତି। ତାଙ୍କ ବାପା ପାରାଦୀପ ବନ୍ଦରସ୍ଥିତ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବାବେଳେ ମା’ ଗୃହିଣୀ। ତାଙ୍କ ବଡ଼ ଭାଇ ପି.ଆର. ବିଶ୍ୱଜିତ(୨୬) ଭୁବନେଶ୍ୱର ଏଏମ୍‌ଏସ୍‌ରେ ଡାକ୍ତର ପାଠ ପଢା ସାରିଛନ୍ତି ବୋଲି ପରିବାର ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp Channel

Share