Categories: ଖେଳ

ସିଙ୍ଗାପୁର ଓପନ ଜିତି ଇତିହାସ ରଚିଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ,୧୭।୭: ଇତିହାସ ରଚିଲେ ବ୍ୟାଡମିଣ୍ଟନ ଷ୍ଟାର୍‌ ପିଭି ସିନ୍ଧୁ। ପ୍ରଥମଥର ପାଇଁ ସିଙ୍ଗାପୁର ଓପନ ଜିତିଛନ୍ତି ସେ। ଫାଇନାଲରେ ଚାଇନାର ତାରକା ଖେଳାଳି ୱାଙ୍ଗ ଝି ୟିଙ୍କୁ ସେ ପରାଜିତ କରିଛନ୍ତି।୨୧-୯, ୧୧-୨୧, ୨୧-୧୫ରେ ତାଙ୍କୁ ସେ ହରାଇଛନ୍ତି।

ତିନି ସେଟ ଧରି ଚାଲିଥିବା ମ୍ୟାଚରେ ସିନ୍ଧୁ ପ୍ରଥମେ ବିଜୟରୁ ଆରମ୍ଭ କରିଥିଲେ। ୱାଙ୍ଗ ତା’ପରେ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ସେଟ୍‌କୁ ୨୧-୧୧ରେ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏହାପରେ ତୃତୀୟ ସେଟ ବେଶ ରୋମାଞ୍ଚକର ଥିଲା। ପ୍ରାରମ୍ଭିକ ୮-୧୦ ପଏଣ୍ଟ ପର୍ଯ୍ୟନ୍ତ, ଦୁଇ ଖେଳାଳିଙ୍କ ମଧ୍ୟରେ ସମାନ ଲଢ଼େଇ ହୋଇଥିଲା। କିନ୍ତୁ ସିନ୍ଧୁ ଧୀରେ ଧୀରେ ମ୍ୟାଚ୍‌ରେ ଆଗକୁ ବଢ଼ିଥିଲେ ଏବଂ ତୃତୀୟ ସେଟକୁ ୨୧-୧୫ ବ୍ୟବଧାନରେ ଜିତି ଟାଇଟଲ ହାତେଇ ନେଇଛନ୍ତି।

Share