Categories: ଜାତୀୟ

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଦିଲ୍ଲୀରେ ହାଇ ଆଲର୍ଟ, ବଢାଗଲା ସୁରକ୍ଷା

ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲରେ ସୁରକ୍ଷା ବାହିନୀ ଏବଂ ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ସହରକୁ ହାଇ ଆଲର୍ଟରେ ରଖାଯାଇଛି। ଦିଲ୍ଲୀରେ ସମ୍ଭାବ୍ୟ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସୁରକ୍ଷା ଆଲର୍ଟ ଜାରି କରାଯାଇଥିବା ପୋଲିସ କହିଛି।

ଶୁକ୍ରବାର ସାମୂହିକ ନମାଜ ସମୟରେ ଦିଲ୍ଲୀ ପୋଲିସ ଯବାନମାନେ ଭାରି ସୁରକ୍ଷା ସହିତ ରାସ୍ତାରେ ଉପସ୍ଥିତ ରହିବେ। ୟହୁଦୀ ଧାର୍ମିକ ପ୍ରତିଷ୍ଠାନ ଏବଂ ଇସ୍ରାଏଲ ଦୂତାବାସରେ ମଧ୍ୟ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଗୁପ୍ତଚର ଏଜେନ୍ସିରୁ ମିଳିଥିବା ଇନପୁଟ ଉପରେ ଆଧାର କରି ଦିଲ୍ଲୀ ପୋଲିସ ସୁରକ୍ଷା ବୃଦ୍ଧି କରିଛି। ଶୁକ୍ରବାର ସାମୂହିକ ନମାଜ କରାଯାଏ ଏବଂ ସୂଚନା ମିଳିଛି ଯେ ଏହି ସମୟରେ ଘଟଣା ଘଟାଯାଇପାରେ।

Share