ନିରାକାରପୁର,୨୦ା୧(ଡି.ଏନ୍.ଏ.): ଦିନ ଥିଲା ରାଜନେତାଙ୍କଠାରୁ ଆରମ୍ଭ କରି ବଣିକ ସଂଘ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଥିଲେ ନିରାକାରପୁର ପଞ୍ଚାୟତର ପବିତ୍ର ମୋହନ ସାହୁ ଓରଫ ପବି। ତେବେ ସେ ମୁଖ କର୍କଟ ରୋଗରେ ପୀଡ଼ିତ ହେବା ପରେ ଯେପରି ସମସ୍ତଙ୍କ ପାଇଁ ଅଲୋଡ଼ା ପାଲଟି ଯାଇଛନ୍ତି। ଅନ୍ୟପଟେ ଅର୍ଥ ଅଭାବରୁ ତାଙ୍କର ଠିକ୍ରେ ଚିକିତ୍ସା ହୋଇପାରୁ ନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ପୀଡିତଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।ସୂଚନା ମୁତାବକ, ନିରାକାରପୁର ତଳବଜାରରେ ପବିତ୍ର ଘର ଆଗରେ ଦୋକାନ କରି ପରିବାର ଚଳାଉଥିଲେ। ଏଥିସହ ସେ ଭାଜପାର ଜଣେ ସକ୍ରିୟ କର୍ମୀଭାବେ ଅଞ୍ଚଳରେ ଜଣାଶୁଣା ଥିଲେ। ଅନେକ ବର୍ଷ ଧରି ସ୍ଥାନୀୟ ବଜାରର ବଣିକ ସଂଘ ଓ ଅନ୍ୟ କେତେକ ସଂସ୍ଥାରେ ସଭ୍ୟ ରହିଛନ୍ତି। ତେବେ ୬ ମାସ ପୂର୍ବେ ତାଙ୍କର ଡାହଣ ଗାଲ ବିନ୍ଧିବାରୁ ଚିକିତ୍ସା ହେଉଥିଲେ। ପରବର୍ତ୍ତୀ ସମୟରେ ପରୀକ୍ଷା କରିବା ପରେ ସେ କର୍କଟ ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ଆର୍ଥିକ ଅବସ୍ଥା ଭଲ ନ ଥିବାରୁଘରେ ଚିକିତ୍ସିତ ହେଉଛନ୍ତି।