Posted inଖେଳ

‘ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି, କେବଳ ମୋତେ ବଦ୍‌ନାମ କରାଗଲା’

ନୂଆଦିଲ୍ଲୀ,୧୦।୧: ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି। ହେଲେ ତାଙ୍କ ଛବିକୁ ମଳିନ କରିବାକୁ ପ୍ରଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ଦଳର ପୂର୍ବତନ ଦ୍ରୁତ ବୋଲର୍‌ ପ୍ରବୀଣ କୁମାର। ନାଁ ନନେଇ ଜଣେ ବରିଷ୍ଠ ଖେଳାଳି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିବା ସେ ମଧ୍ୟ କହିଛନ୍ତି।
ଏକ ସାକ୍ଷାତକାରରେ ପ୍ରବୀଣ କହିଛନ୍ତି, ଯେତେବେଳେ ଭାରତୀୟ ଟିମ୍‌ରେ ସାମିଲ ହୋଇଥିଲି, କିଛି ବରିଷ୍ଠ ଖେଳାଳି ମଦ୍ୟପାନ ବନ୍ଦ କରିବା ଏବଂ କିଛି ଅନ୍ୟ ପଦାର୍ଥଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ। ସମସ୍ତେ ମଦ ପିଇଥିଲେ ହେଁ ମୋର ନାମ ଖରାପ କରାଯାଇଥିଲା। ହେଲେ ଅନେକ ବରିଷ୍ଠ ଖେଳାଳି ମୋ’ ଭଳି ଯୁବ କ୍ରିକେଟରଙ୍କ ସହ ଭଲ ବ୍ୟବହାର କରିଥିଲେ। କେବଳ ଜଣେ ମୋତେ ନେଇ ନକରାତ୍ମକତା ସୃଷ୍ଟି କରିବାକୁ କଥାକୁ ପ୍ରଘଟ କରିଥିଲେ। କ୍ୟାମେରା ସମ୍ମୁଖରେ ତାଙ୍କ ନାମ ନେବାକୁ ଚାହୁଁନାହିଁ। ମାତ୍ର ସମସ୍ତେ ସେ କିଏ ତାହା ଜାଣନ୍ତି ବୋଲି କ୍ରିକେଟର କହିଛନ୍ତି। ଏହାଛଡ଼ା ପ୍ରବୀଣ ଆଇପିଏଲ୍‌ ଏବଂ ରଣଜୀ ଟ୍ରଫିରେ କୋଚ୍‌ ଭୂମିକା ନ ମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କେବଳ ମଦ ପିଉଥିବା ଯୋଗୁ କେହି ବି କାମ କରିବାକୁ ଡାକି ନ ଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି।
କହିରଖୁଛୁ, ନିଜ ସମୟରେ ପ୍ରବୀଣଙ୍କୁ ଦେଶର ମହାନ ବୋଲରଙ୍କ ମଧ୍ୟରେ ଗଣନା କରାଯାଉଥିଲା। ସେ ଅନ୍ତର୍ଜାତୀୟ କ୍ରିକେଟରେ ସମସ୍ତ ଫର୍ମାଟରେ ୧୧୨ ଉଇକେଟ ନେଇ କ୍ୟାରିୟର ଶେଷ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri