ଭୁବନେଶ୍ୱର ବ୍ୟୁରୋ/ବରଗଡ଼ ଅଫିସ(୩ା୧୦): ବରଗଡ଼ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି।ଅସୁସ୍ଥତା ଯୋଗୁ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ୬୫ ବର୍ଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ବରଗଡ଼ ଜିଲା ବିଜେଡି ସଭାପତି ଭାବେ ସେ କାର୍ଯ୍ୟ କରୁଥିଲେ। ପଦ୍ମପୁରରୁ ସେ ୫ ଥର ନିର୍ବାଚିତ ହୋଇଥିଲେ। ୧୯୯୦ର ୨୦୦୦ ଯାଏ ସେ ଜନତା ଦଳର ବିଧାୟକ ଭାବେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି ଟିକେଟରୁ ପଦ୍ମପୁର ଆସନରୁ ବିଧାୟକ ଭାବେ ବିଜୟ ଲାଭ କରିଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ନିର୍ବାଚନ ଜିତିଥିଲେ। ବିଜେଡି ସରକାରରେ ସେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକ ପ୍ରକାଶ ପାଇଛି।