ଚାଷୀଙ୍କ ସହ ମିଶି ଧାନତଳି ରୋଇଲେ ବିଧାୟକ

ଖଇରା,୨୪।୮(ଡି.ଏନ.ଏ.): ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନିଜର ନିଆରା ଢଙ୍ଗର କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି ା କେତେବେଳେ ହକର ସାଜି ଘରେ ଘରେ ଖବରକାଗଜ ବାଣ୍ଟି ତ ଆଉ କେତେବେଳେ ଚା’ ଦୋକାନରେ ଚା ତିଆରି କରି ଏବଂ ସର୍ବୋପରି ବିଦ୍ୟାଳୟରେ ପାଇଖାନା ସଫା କରି ଖବର ପ୍ରମୁଖ ଶିରୋନାମାରେ ରହିିଛନ୍ତି ା ପୁଣିଥରେ ମଙ୍ଗଳବାର କୃଷକ ସାଜି ଖଇରା ବ୍ଲକର ସାରୁଗାଁ ଓ ସାରକୋଣା ପଞ୍ଚାୟତରେ ଚାଷଜମିକୁ ଯାଇ ଚାଷୀମାନଙ୍କ ସହ ମିଶି ଧାନତଳି ରୋଇଛନ୍ତି ା ପ୍ରଥମେ ସାରୁଗାଁରେ ଛାତ୍ର ଜନତା ସଭାପତି ଗୌତମ ରାଉତଙ୍କ ସହ ମିଶି ଧାନତଳି ରୋଇଥିଲେ ା ପରେ ସାରକୋଣା ଗସ୍ତ କରି ଚାଷୀ ସୁଶାନ୍ତ କୁମାର ସେଠୀ, ଆଦିକନ୍ଦ ସାହୁ, ମନୋରଞ୍ଜନ ମହାପାତ୍ର, ଅଜିତ କୁମାର ମହାପାତ୍ର, ଗୋପାଳ ଚନ୍ଦ୍ର ସେଠୀ, ସିଦ୍ଧାର୍ଥ ବେହେରାଙ୍କ ସହ ମିଶି ଧାନଜମିରେ ଗଛ ପୋତିଥିଲେ ା ସରପଞ୍ଚ ସୁଶାନ୍ତ କୁମାର ନାୟକ ତାଙ୍କୁ ସହଯୋଗ କରିଥିଲେ ା ଏଭଳି ନିଆରା କାର୍ଯ୍ୟ ସମ୍ପର୍କରେ ବିଧାୟକ କହିଛନ୍ତି, କୌଣସି କାର୍ଯ୍ୟ ଛୋଟ ନୁହେଁ ା ଏଣୁ ବିଭିନ୍ନ ବର୍ଗର କର୍ମଜୀବୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କିଛି ସମୟ ସେମାନଙ୍କ ସହ କାର୍ଯ୍ୟ କରିଥାନ୍ତି ା ଚଳିତବର୍ଷ କୃଷକ ମାନଙ୍କ ମଧ୍ୟରେ କୃଷି ପ୍ରତି ଆଗ୍ରହ ସୃଷ୍ଟି, ସେମାନଙ୍କୁ ସମ୍ମାନ ତଥା ସିମୁଳିଆ ଖଇରାକୁ ସବୁଜିମା କରିବା ଉଦ୍ଦେଶ୍ୟରେ ଚାଷୀମାନଙ୍କ ସହ କିଛି ସମୟ ବିତାଉଛନ୍ତି ବୋଲି କହିଥିଲେ। ଏଥିରୁ ତାଙ୍କୁ ଆନନ୍ଦ ମିଳୁଛି ବୋଲି ଉଲ୍ଲେଖ କରିଥିଲେ।