ଛତ୍ରପୁର,୮ା୨(ଡି.ଏନ୍.ଏ.): ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀରବିକ୍ରମ ଯାଦବ ମଙ୍ଗଳବାର ଭିସି ମାଧ୍ୟମରେ ବିଭାଗୀୟ ସମୀକ୍ଷା ବୈଠକ କରିଥିଲେ ା ଗଞ୍ଜାମ ଜିଲାରେ ଚାଲିଥିବା ଧାନକିଣା ପ୍ରକ୍ରିୟାର ସ୍ଥିତି, ରାଶନ କାର୍ଡରେ ଦିଆଯାଉଥିବା ଚାଉଳ ଉଠାଣ ଓ ବଣ୍ଟନ ଏବଂ ମିଲର ପୈଠ କରୁଥିବା ଚାଉଳ ସମ୍ପର୍କରେ ସମୀକ୍ଷା କରାଯାଇଥିଲା ା ଜିଲାରେ ଚଳିତବର୍ଷ ଧାନ ବିକିବା ପାଇଁ ୧ ଲକ୍ଷ ୩୧ ହଜାର ୨୩୮ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଜିଲାର ୩୬୫ ପ୍ୟାକ୍ସ, ୧୦୪ ମହିଳା ସଂଘ ଓ ଗୋଟିଏ ପାଣି ପଞ୍ଚାୟତ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୮୬,୧୧୮ ଜଣ ଚାଷୀଙ୍କ ଠାରୁ ୩୮୪୩୬୨୦.୧୧ କୁଇଣ୍ଟାଲ ଧାନ କିଣାଯାଇଥିବା ସୂଚନା ଦିଆଯାଇଥିଲା। ଧାନ କିଣା କିଭଳି ଶୃଙ୍ଖଳିତ ହେବ, ରାଶନ କାର୍ଡ ପାଇଁ ଉଦ୍ଧିଷ୍ଟ ଚାଉଳ ଉଠାଣ ଓ ବଣ୍ଟନ ଠିକ୍ ସମୟରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଲରମାନେ ନିର୍ଦ୍ଧାରିତ ସମୟରେ ଧାନ ମିଲିଂ କରି ଚାଉଳ ପୈଠ କରିବା ଏବଂ ଏହାର ମନିଟରିଂ କରିବାକୁ କୁହାଯାଇଛି। ଜିଲାକୁ ଚଳିତବର୍ଷ ପାଖାପାଖି ୭୦ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଆବଶ୍ୟକ ଅଛି। ବର୍ତ୍ତମାନ ସୁଦ୍ଧା ଜିଲାକୁ ୪୮ ଲକ୍ଷ କୁଇଣ୍ଟାଲ ଧାନ କିଣା ଟାର୍ଗେଟ ଆସିଛି ା ପର୍ଯ୍ୟାୟ କ୍ରମେ ଧାନ କିଣା ଟାର୍ଗେଟ ଆସୁଥିବା ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା କହିଛନ୍ତି। ଜିଲାରେ ଧାନ କିଣା ଶେଷ ଅବଧି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରହିଛି ା କୌଣସି ଟୋକନ୍ ଲ୍ୟାପ୍ସ ହୋଇନି ଏବଂ ଟୋକନ୍୍ ଆସିଥିବା ଚାଷୀଙ୍କ ଧାନ କିଣା ଯାଉଥିବା ମୁଖ୍ୟ ଯୋଗାଣ ଅଧିକାରୀ ଯୋଗାଯୋଗ ବେଳେ କହିଛନ୍ତି।