ମଣ୍ଡିରେ ଧାନ, ଘାରିଛି ବର୍ଷା ଚିନ୍ତା

ବରଗଡ଼ ଅଫିସ୍‌,୧୪।୬
(ପ୍ରେମାନନ୍ଦ ଖମାରୀ)

ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେରୁ ଊର୍ଦ୍ଧ୍ୱ ସମୟ ବିତିଯାଇଛି। ଜିଲାରେ ଖୋଲିଥିବା ମଣ୍ଡି ଗୁଡ଼ିକରେ ଚିରାଚରିତ ଢ଼ଙ୍ଗରେ ଧାନ କିଣାବିକା ଚାଲିଛି। ମାତ୍ର ଭିତ୍ତିଭୂମି ଅଭାବରୁ ଅନେକ ମଣ୍ଡିରେ ଖୋଲା ଆକାଶତଳେ ଧାନ ପଡ଼ିରହିଛି। ଗୋଟିଏ ପଟେ ବର୍ଷା ପାଖେଇ ଆସୁଥିବା ବେଳେ ସମ୍ପୃକ୍ତ ମଣ୍ଡିଗୁଡ଼ିକରେ ଧାନ ଉଠାଣ ପ୍ରକ୍ରିୟା ପୂର୍ବାପେକ୍ଷା ଶିଥିଳ ହୋଇପଡ଼ିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନ ଉଠାଇବା ପାଇଁ ମିଲର୍ସମାନେ ଠିକ୍‌ ଭାବେ ମଣ୍ଡିକୁ ଗାଡ଼ି ପଠାଉନାହାନ୍ତି। ଫଳରେ ସେଭଳି ଖୋଲାମଣ୍ଡି ଗୁଡ଼ିକରେ ଦୀର୍ଘଦିନ ଧରି ବହୁ ପରିମାଣରେ ଧାନ ପଡ଼ି ରହୁଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ସମ୍ପୃକ୍ତ ମଣ୍ଡିକୁ ଧାନ ଆଣିଥିବା ଚାଷୀଙ୍କୁ ବର୍ଷା ଭୟ ଘାରିଛି। ମଣ୍ଡି ଗୁଡ଼ିକରେ ଭିତ୍ତିଭୂମି ଠିକ୍‌ ନ ଥିବା ଯୋଗୁ ବର୍ଷାହେଲେ ଖୋଲାମଣ୍ଡିରେ ରହିଥିବା ଧାନ ନଷ୍ଟ ହେବା ଆଶଙ୍କା ଦେଖାଯାଇଛି ।
ବରଗଡ଼ ଜିଲାରେ ଗତ ମେ ୬ତାରିଖରୁ ମଣ୍ଡିଗୁଡ଼ିକ ଖୋଲିଛି । ଏଥର ଧାନ ସଂଗ୍ରହ ପାଇଁ ସମୁଦାୟ ୧୭୨ ମଣ୍ଡି ଖୋଲାଯାଇଛି। ସେଥିରୁ ୭୨ଟି ସ୍ଥାୟୀ ମଣ୍ଡି (ମାର୍କେଟ୍‌ ୟାର୍ଡ଼) ହୋଇଥିବାବେଳେ ଅନ୍ୟ ୧୦୦ଟି ଅସ୍ଥାୟୀ ମଣ୍ଡି(ଧାନକ୍ରୟ କେନ୍ଦ୍ର) ରହିଛି। ସ୍ଥାୟୀ ମଣ୍ଡି ଗୁଡ଼ିକରେ ମୁଖ୍ୟତଃ ଧାନ ସୁରକ୍ଷିତ ରଖିବା ପାଇଁ ଗୋଦାମ ଗୃହ ରହିଥିବାବେଳେ ଅଧିକାଂଶ ଅସ୍ଥାୟୀ ମଣ୍ଡିରେ ସେଭଳି ଭିତ୍ତିଭୂମି ରହିନାହିଁ । ଚାଷୀମାନେ ବିକ୍ରି ପାଇଁ ଆଣୁଥିବା ଧାନ ସବୁ ସାଧାରଣତଃ ସେଠାକାର ଖୋଲା ଆକାଶତଳେ ରହିଥାଏ ଏବଂ ବର୍ଷା ହେଲେ ସମ୍ପୃକ୍ତ ଖୋଲାମଣ୍ଡି ଗୁଡ଼ିକରେ ସଂଗୃହୀତ ଧାନ ପ୍ରଭାବିତ ହୁଏ। ତାରପୋଲିନ ମାଧ୍ୟମରେ ଚାଷୀ ଧାନବସ୍ତାକୁ ଘୋଡ଼ାଇ ରଖିଲେ ମଧ୍ୟ ବର୍ଷା, ଆଦ୍ରତା ଆଳ ଦେଖାଇ ଚାଷୀଙ୍କୁ କଟନୀଛଟନୀର ସମ୍ମୁଖୀନ ହେବାକୁ ପଡ଼ିଥାଏ । ବର୍ଷା ପାଖେଇ ଆସୁଥିବା ଯୋଗୁ ବର୍ତ୍ତମାନ ଚାଷୀଙ୍କୁ ସେହି ଆଶଙ୍କା ଘାରିଲାଣି।
ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ଭେଡ଼େନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଗ୍ରାମର ଜଣେ ଚାଷୀ ଉମାକାନ୍ତ ନାଏକ କହିଛନ୍ତି, ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସାହ୍ଲେପାଲି ମଣ୍ଡିରେ ଠିକ୍‌ ଭାବେ ଧାନ ଉଠୁଥିଲା। ମିଲର୍ସମାନେ ମଣ୍ଡିରେ ଅନେକ ଟ୍ରକ୍‌ ଲଗାଇ ଧାନ ଉଠାଇ ନେଉଥିଲେ। କିନ୍ତୁ ବର୍ଷା ଯେତିକି ପାଖେଇ ଆସୁଛି, ମଣ୍ଡିକୁ ମିଲର୍ସଙ୍କ ଟ୍ରକ୍‌ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଫଳରେ ଆଗଭଳି ମଣ୍ଡିରୁ ଧାନ ଉଠିପାରୁନାହିଁ। ଏବେ ମଧ୍ୟ ସାହ୍ଲେପାଲି ମଣ୍ଡିରେ ୧୬ହଜାର ପ୍ୟାକେଟ୍‌ ଧାନ ଖୋଲା ଆକାଶତଳେ ପଡ଼ି ରହିଥିବାବେଳେ ଆହୁରି ୧୫ଜଣ ଚାଷୀଙ୍କ ଧାନ ମଣ୍ଡିକୁ ଆସିବାକୁ ବାକି ରହିଛି । ଫଳରେ ମଣ୍ଡିରୁ ତୁରନ୍ତ ଧାନ ଉଠା ନ ଗଲେ ଆଗକୁ ବର୍ଷାରେ ତାହା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ସେହପରି ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, ଧାନ ସଂଗ୍ରହ ବାବଦକୁ କୁଇଣ୍ଟାଲ ପ୍ରତି ଆର୍‌ଏମ୍‌ସି ପ୍ରତିଥର ଏମ୍‌ଏସ୍‌ପିର ୨ପ୍ରତିଶତ ଟଙ୍କା ସରକାରଙ୍କଠାରୁ ପାଉଛି। ସେହି ଟଙ୍କାରେ ଆର୍‌ଏମ୍‌ସି ମଣ୍ଡିର ଭିତ୍ତିଭୂମି ତଥା ଚାଷୀଙ୍କ ପିଇବା ପାଣିଠାରୁ ବିକ୍ରି ପର୍ଯ୍ୟନ୍ତ ସବୁପ୍ରକାର ବ୍ୟବସ୍ଥା କରିବା କଥା। କିନ୍ତୁ ଆର୍‌ଏମ୍‌ସି ସେ ଦିଗରେ କିଛି ପଦକ୍ଷେପ ନେଉନାହିଁ। ତାହା ମଣ୍ଡି ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ କରିବା ବଦଳରେ ସେ ବାବଦକୁ କୋଟି କୋଟି ଟଙ୍କା ଆର୍‌ଏମ୍‌ସିରେ ପଡ଼ିରହୁଛି ଏବଂ ଶେଷରେ ଚାଷୀଙ୍କୁ କ୍ଷତିଗ୍ରସ୍ତ ହେବା ସହିତ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ମହାପାତ୍ର କହିଥିଲେ। ଏ ସମ୍ପର୍କରେ ଜାଣିବାକୁ ଅତାବିରା ଆର୍‌ଏମ୍‌ସି ସମ୍ପାଦକ ପ୍ରଦୀପ ବେସନଙ୍କୁ ମୋବାଇଲ ନମ୍ବର ୯୪୩୮୮ ୨୦୯୭୧ରେ ଯୋଗାଯୋଗ କରାଯାଇଥିଲା। ମାତ୍ର ସେ ଫୋନ୍‌ ରିସିଭ୍‌ ନ କରିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଖୋଲୁନି ମଣ୍ଡି, ବଢୁଛି ଧାନ ଚୋରା ଚାଲାଣ

ପଟ୍ଟାମୁଣ୍ଡାଇ,୧୫ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ଭାତହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ଚାଷୀଙ୍କ ଖରିଫ ଧାନ ଫସଲ ୮୦ ଭାଗ...

ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି  

 ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା  ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍‌ ହୋଇଯାଇଛି। ଏହାର ପ୍ରତିବାଦରେ...

ଜିଲାପାଳଙ୍କ ଜନ ଶୁଣାଣିରେ ପହଞ୍ଚିଲେ ଅଲେଖ ବାବା: ଜାଣନ୍ତୁ କାହିଁକି

କେସିଙ୍ଗା,୧୫।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଆହ୍ବାନ କ୍ରମେ ଜିଲାପାଳଙ୍କ ଜନ ଶୁଣାଣି ଓ ସମାଧାନ...

ମାଂସ ଶିକାରୀଙ୍କ ଲୋଲୁପଦୃଷ୍ଟିରେ ଭିତରକନିକା: କଟକଣା ସତ୍ତ୍ୱେ ନିଷିଦ୍ଧାଞ୍ଚଳରୁ…

କେନ୍ଦ୍ରାପଡ଼ା,୧୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଭୋଜି ପାଇଁ ଶିକାରୀଙ୍କ ଲୋଲୁପଦୃଷ୍ଟି ଜାତୀୟ...

ପ୍ରବଳ ଶୀତ: ରାଜ୍ୟର ସବୁଠାରୁ ଥଣ୍ଡା ସହର ଜି ଉଦୟଗିରି

ଜି ଉଦୟଗିରି, ୧୫।୧୨( ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ): ଜି ଉଦୟଗିରି ସହର ସମେତ ଆଖ ପାଖ ଅଞ୍ଚଳରେ କ୍ରମାଗତ ୧୦ ଦିନ ହେବ...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ତୀର୍ଥଯାତ୍ରାରେ ବାହାରିଲେ ୭୭୫ ଜଣ ବରିଷ୍ଠ ନାଗରିକ: ସବୁଜ ପତାକା ଦେଖାଇଲେ ଉପମୁଖ୍ୟମନ୍ତ୍ରୀ

ରାୟଗଡା,୧୫।୧୨(ଆଶିଷ ରଞ୍ଜନ ପଣ୍ଡା): ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣରେ ଯାଇଛନ୍ତି ୭୭୫ ଜଣ ବରିଷ୍ଠ ନାଗରିକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri