ଆଶାଜନକ ନୁହେଁ ଧାନର ଏମ୍‌ଏସ୍‌ପି ବୃଦ୍ଧି

ବରଗଡ଼ ଅଫିସ୍‌, ୮ା୬: କେନ୍ଦ୍ର ସରକାର ବୁଧବାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କାରୁ ୨୧୮୩ ଟଙ୍କା ଏବଂ ଗ୍ରେଡ୍‌-ଏ(ଏଫଏକ୍ୟୁ) ଧାନ କୁଇଣ୍ଟାଲ ପ୍ରତି ୨୦୬୦ ଟଙ୍କାରୁ ୨୨୬୩ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ସାଧାରଣ ଧାନରେ କୁଇଣ୍ଟାଲ ପ୍ରତି ୧୪୩ ଟଙ୍କା ଏବଂ ଗ୍ରେଡ୍‌-ଏ ଧାନରେ କୁଇଣ୍ଟାଲ ପ୍ରତି ୧୬୩ ଟଙ୍କା ବୃଦ୍ଧିକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଧାନର ଏଭଳି ସହାୟକ ମୂଲ୍ୟ ବୃଦ୍ଧି ଯୋଗୁ ଚାଷୀମାନେ ଲାଭବାନ ହେବେ ବୋଲି ଭାଜପା କହିଛି। ଡିଜେଲ, ପେଟ୍ରୋଲ, ଡାଲି, ତେଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ସାର, କୀଟନାଶକ ଭଳି କୃଷିକ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ଦର ଯେଭଳି ବହୁଗୁଣିତ ହୋଇଛି, ସେହି ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କ ପାଇଁ ଲଲିପପ୍‌ ସଦୃଶ ବୋଲି ବିରୋଧୀ କଂଗ୍ରେସ ଏବଂ ବିଜେଡ଼ି କହିଛି। ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଆଶାଜନକ ହୋଇପାରିନାହିଁ ବୋଲି ଚାଷୀ ସଙ୍ଗଠନ ଗୁଡ଼ିକ କହିଛନ୍ତି ।

ସ୍ବପ୍ନରେ ଚାଷୀଙ୍କ ୨ଗୁଣା ଆୟ
ପ୍ରତିବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କେନ୍ଦ୍ର ସରକାର ବୃଦ୍ଧି କରିଥାନ୍ତି। କରୋନା ଯୋଗୁ ଚାଷୀଙ୍କ ଆର୍ଥିକ ଅବସ୍ଥା ଏପର୍ଯ୍ୟନ୍ତ ସୁଧୁରିନାହିଁ। ସେହିପରି ଏଥର ନିର୍ବାଚନ ବର୍ଷ। ଫଳରେ ଅନ୍ୟ ବର୍ଷ ତୁଳନାରେ ଶିଳ୍ପଜାତ ଦ୍ରବ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି ଅନୁପାତରେ ଏଥର ସରକାର ଧାନର ସହାୟକ ମୂଲ୍ୟ ଯଥେଷ୍ଟ ବୃଦ୍ଧି କରିବେ ବୋଲି ଚାଷୀମାନେ ଆଶା ରଖିଥିଲେ। କିନ୍ତୁ ତାହା ହେଲାନାହିଁ। ୨୦୦୮ରେ ଧାନର ଏମ୍‌ଏସ୍‌ପି ୧୩ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଏଥର କେବଳ ୬.୫୫ ପ୍ରତିଶତ ବୃଦ୍ଧି ପାଇଛି। ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚ ମଧ୍ୟ ମିଳିବ ନାହିଁ ଏବଂ ୨ଗୁଣା ଆୟ ସ୍ବପ୍ନରେ ରହିଯାଇଛି ।
-ରମେଶ ମହାପାତ୍ର, ଚାଷୀନେତା
ଚାଷୀଙ୍କ ପାଇଁ ଉପହାସ
କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ତୀବ୍ର କରିଥିଲେ। ସରକାର ବାଧ୍ୟ ହୋଇ ସେହି ଆଇନ ପ୍ରତ୍ୟାହାର କରି ନେଇଥିଲେ। ସେତେବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଆଇନଗତ ମାନ୍ୟତା ଦେବାକୁ ମଧ୍ୟ ଦାବି ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ସେହି ଦାବି ପୂରଣ ହୋଇନାହିଁ। ଅନ୍ୟପଟେ ସାର, କୀଟନାଶକର ଦରବୃଦ୍ଧି ବହୁଗୁଣିତ ହୋଇଛି। ସେହିପରି ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟରୁ ବଞ୍ଚତ୍ତ ହେଉଥିବାବେଳେ ବଜାର ବ୍ୟବସ୍ଥା ମଧ୍ୟ ଠିକ୍‌ ନାହିଁ। ଏଭଳି ସ୍ଥଳେ ଧାନ କି.ଗ୍ରା ପ୍ରତି ମାତ୍ର ୧ଟଙ୍କା ୪୩ ପଇସା ବୃଦ୍ଧି କରିବା ଚାଷୀଙ୍କ ପାଇଁ ଉପହାସ ସଦୃଶ ଛଡ଼ା ଅନ୍ୟ କିଛି ନୁହେଁ ।
-ହର ବଣିଆ, ଚାଷୀନେତା

୨୯୩୦ଟଙ୍କାକୁ ବୃଦ୍ଧି ହେଉ ଧାନର ଏମ୍‌ଏସ୍‌ପି
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ୨୦୧୮ ମସିହାରୁ ଦାବି ହୋଇ ଆସୁଛି। ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ତାକୁ କର୍ଣ୍ଣପାତ ନ କରିବା ଦୁର୍ଭାଗ୍ୟଜନକ। କିନ୍ତୁ କେନ୍ଦ୍ରର ମୋଦି ସରକାର ରନ୍ଧନ ଗ୍ୟାସଠାରୁ ଆରମ୍ଭ କରି ଡିଜେଲ, ପେଟ୍ରୋଲ, ତେଲ, ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ଫଳରେ ଚାଷୀ, ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପୁଞ୍ଜିପତି ଲାଭବାନ ହେଉଛନ୍ତି। ଚାଷୀଙ୍କ ପ୍ରତି ଯଦି ଦରଦ ଅଛି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରନ୍ତୁ।
-ଦେବେଶ ଆଚାର୍ଯ୍ୟ, ବିଜେଡ଼ି ବିଧାୟକ
ନିର୍ବାଚନରେ ଜବାବ ଦେବେ ଚାଷୀ
କେନ୍ଦ୍ରର ଭାଜପା ସରକାର ୨୦୧୪ରୁ ଶାସନକୁ ଆସିଛି। ଶାସନର ୯ବର୍ଷ ମଧ୍ୟରେ ଚାଷୀଙ୍କ ହିତ ପାଇଁ କିଛି ଯୋଜନା କରିନାହିଁ। ଅପରପକ୍ଷେ ଚାଷୀଙ୍କ ଉପରେ ଭାଜପା ସରକାର କିଭଳି ଅନ୍ୟାୟ, ଅତ୍ୟାଚାର କରିଛି, ତାକୁ ସାରା ଦେଶବାସୀ ଦେଖିଛନ୍ତି। ନୂତନ କୃଷି ଆଇନ ଆଣି ବିରୋଧ ପରେ ପ୍ରତ୍ୟାହାର କରିବା, ଧାନର ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ନଦେବା, ରାସାୟନିକ ସାର ଦର ଦ୍ୱିଗୁଣିତ କରିବା ଭଳି ଅନେକ ଦୃଷ୍ଟାନ୍ତ ରହିଛି। ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଭାଜପା ଚାଷୀଙ୍କୁ ଭକୁଆ ବନାଇବାକୁ ପ୍ରୟାସ କରୁଛି। ନିର୍ବାଚନରେ ଚାଷୀମାନେ ନିଶ୍ଚିତ ଭାବେ ଏହାର ଉଚିତ ଜବାବ ଦେବେ ।
-ପାଣ୍ଡବ କର୍ଣ୍ଣ, କଂଗ୍ରେସ ନେତା
ସୁଦୃଢ଼ ହେବ ଚାଷୀଙ୍କ ଆର୍ଥିକ ସ୍ଥିତି
କେନ୍ଦ୍ର ସରକାର ଚାଷୀଙ୍କ ହିତ ପାଇଁ ବହୁବିଧ ଯୋଜନା ହାତକୁ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଭଳି ଅନେକ ଯୋଜନା ରହିଛି। ଚାଷୀମାନେ ଏହି ଯୋଜନାରୁ ଯେଭଳି ଉପକୃତ ହେଉଛନ୍ତି, ଏବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ଚାଷୀଙ୍କୁ ଆହୁରି ଲାଭାନ୍ବିତ କରିବ। ବିଗତବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି ହୋଇଥିଲା। କିନ୍ତୁ ଏଥର ସାଧାରଣ ଧାନରେ କୁଇଣ୍ଟାଲ ପ୍ରତି ୧୪୩ ଏବଂ ଗ୍ରେଡ୍‌-ଏ ଧାନରେ କୁଇଣ୍ଟାଲ ପ୍ରତି ୧୬୩ ଟଙ୍କା ବୃଦ୍ଧି କରାଯାଇଛି। ଏହାଦ୍ୱାରା ଚାଷୀଙ୍କ ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ନିଶ୍ଚିତ ଭାବେ ଆହୁରି ସୁଦୃଢ଼ ହେବ ।
-ରବି ନାରାୟଣ ଦାଶ, ଭାଜପା ନେତା


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri