ପଞ୍ଜୀକୃତ ସବୁ ଚାଷୀଙ୍କ ଧାନ କିଣାଯାଉ

ଛତ୍ରପୁର,୭।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ସମସ୍ତ ପଞ୍ଜୀକୃତ ଚାଷୀ ଓ ଭାଗଚାଷୀଙ୍କଠାରୁ ଧାନ କିଣିବା ଲାଗି ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି ହୋଇଛି ା ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକଙ୍କ ଅନୁରୋଧ କ୍ରମେ ଧାନକିଣା କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ଋଷିକୁଲ୍ୟା ରୟତ ମହାସଭା ଓ ଚାଷୀଙ୍କ ସହ ମଙ୍ଗଳବାର ଛତ୍ରପୁରସ୍ଥିତ ଯୋଗାଣ କାର୍ଯ୍ୟାଳୟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା ା ଏହି ବୈଠକରେ ଯୋଗାଣ, ସମବାୟ ଓ ମିଶନ ଶକ୍ତିର ଅଧିକାରୀମାନେ ଉପସ୍ଥିତ ଥିଲେ ା ଚଳିତ ମାସ ୧୦ ତାରିଖରୁ ଧାନ କିଣା କେନ୍ଦ୍ର ଖୋଲିବା, ଚାଷୀଙ୍କ ସୁବିଧା ଅନୁସାରେ ପ୍ରତି ଗ୍ରାମରେ ଧାନ କିଣା କେନ୍ଦ୍ର ଖୋଲି ଧାନ କିଣିବା, ଟୋକନ୍‌ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବା, ପ୍ରଥମେ ଭାଗଚାଷୀ ଓ ଛୋଟ ଚାଷୀଙ୍କଠାରୁ ଧାନ କିଣିବା, ସ୍କ୍ବାର୍ଡ ଗଠନ, ଅଖା ଓ ଗାଡି ଭଡା ଚାଷୀଙ୍କୁ ପ୍ରଦାନ, ଧାନକିଣା ସମସ୍ୟା ଦୂୂର ପାଇଁ ଟୋଲଫ୍ରି ନମ୍ବର ଜାରି କରିବା, ଚାଷୀ ସଙ୍ଗଠନକୁ ସାମିଲ କରି ଧାନ କିଣାରେ ସ୍ବଚ୍ଛତା ଆଣିବା ନେଇ ପ୍ରସ୍ତାବ ଦିଆଯାଇଥିଲା। ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ ା

Share