Categories: ରାଜ୍ୟ

ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ, କଟ୍‌ନୀ ଛଟ୍‌ନୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୦।୬: ରାଜ୍ୟରେ ଚାଷୀଙ୍କଠାରୁ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣିବେ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ”ଇସ୍ତାହାରରେ ଆମେ ଏହା କହିଛୁ, ଏଇ ଖରିଫ୍‌ ଋତୁରୁ ଚାଷୀଙ୍କୁ ୩୧ଶହ ଦିଆଯିବ। ତେବେ କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ୨୩ଶହ କଲା ପରେ, ଆମକୁ ସୁବିଧା ହୋଇଛି। ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥାନ୍ତା, ଏବେ ୮୦୦ ପଡ଼ିବ। ଏହା ବ୍ୟତୀତ ଚାଷୀମାନେ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ପ୍ରାପ୍ୟ ପାଇଯିବେ। ମଣ୍ଡିରେ ଧାନ ସଂଗ୍ରହ କରିବା ସମୟରେ କୌଣସି କଟ୍‌ନୀ ଛଟ୍‌ନୀ କରାଯିବ ନାହିଁ, ଏପରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।”

Share