Categories: ଜାତୀୟ

ପଦ୍ମ ପୁରସ୍କାର ୨୦୨୪: ୪୦ ଓବିସି, ୯ ଖ୍ରୀଷ୍ଟିଆନ, ୮ ମୁସଲମାନ……ଏଥର ସବୁଠାରୁ ଅଧିକ ବ୍ୟକ୍ତିଙ୍କୁ ମିଳିଛି ପଦ୍ମ ପୁରସ୍କାର

ନୂଆଦିଲ୍ଲୀ,୨୬।୧: ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିତ୍ୱଙ୍କ ନାମ ଗଣତନ୍ତ୍ର ଦିବସ ୨୦୨୪ପୂର୍ବରୁ ଘୋଷଣା କରାଯାଇଥିଲା। ଏଥର ପ୍ରଥମ ଥର ପାଇଁ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଉଛି। ଏହା ପ୍ରଥମ ଥର ପାଇଁ ଅନ୍ୟ ପଛୁଆ ବର୍ଗ (ଓବିସି) ସମ୍ପ୍ରଦାୟର ସର୍ବାଧିକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥର ଓବିସି ସମ୍ପ୍ରଦାୟର ୪୦ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଛି।
ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୧ଜଣ ଅନୁସୂଚିତ ଜାତିର ଏବଂ ୧୫ ଜଣ ଅନୁସୂଚିତ ଜନଜାତି ବର୍ଗର ଅଟନ୍ତି। ଏଥର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ରେକର୍ଡ ସଂଖ୍ୟକ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ୨୦୨୪ରେ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୯ଜଣ ଖ୍ରୀଷ୍ଟିଆନ ବା ଇସାଇ ସମ୍ପ୍ରଦାୟରୁ ଆସିଛନ୍ତି। ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୮ଜଣ ମୁସଲମାନ, ୫ ବୌଦ୍ଧ ଏବଂ ୩ ଶିଖ୍‌ ସମ୍ପ୍ରଦାୟର । ଜୈନ ଏବଂ ପାର୍ସୀ ସମ୍ପ୍ରଦାୟର ଦୁଇଜଣ ବ୍ୟକ୍ତି ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

Share