Advertisement

ନାବାଳିକା ବଳାତ୍କାର ମାମଲାରେ ଫସିଲେ ପଦ୍ମଶ୍ରୀ ବିଜେତା

ଗୁଆହାଟୀ,୬।୧: ଆସାମର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଉଦ୍ଧବ ଭରାଲୀଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛି। ସେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆସାମର ଉତ୍ତର ଲଖୀମପୁର ପୋଲିସ ଏହି ମାମଲାରେ ଭରାଲୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ମାମଲା ରୁଜୁ ହେବା ପରେ ଭରାଲୀ ଗୁଆହାଟୀ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଜଷ୍ଟିସ ଅରୁଣ ଦେବ ଚୌଧରୀଙ୍କ ଦ୍ୱାରା ଏକ ବେଞ୍ଚ ତାଙ୍କୁ କିଛି ସର୍ତ୍ତ ସହିତ ଆଗୁଆ ଜାମିନ ପ୍ରଦାନ କରିଛି। ବଳାତ୍କାର ଅଭିଯୋଗ କରିଥିବା ଛାତ୍ରୀ ମଧ୍ୟ ଉଦ୍ଧବ ଭରାଲୀଙ୍କ ସୁରକ୍ଷା ଅଧୀନରେ ଅଛନ୍ତି। ଭରଲୀ ତାଙ୍କର ଲାଳନପାଳନ କରୁଥିଲେ। କିନ୍ତୁ ବଳାତ୍କାର ମାମଲା ସାମ୍ନାକୁ ଆସିବା ପରେ ଭରାଲୀଙ୍କ ଉପରେ ଅନେକ ପ୍ରଶ୍ନ ଉଠିଥିଲା।
ଗ୍ରାମାଞ୍ଚଳରେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଉଦ୍ଧବ ଭରାଲୀ ୪୬୦ଟି ମେଶିନ ଉଦ୍ଭାବନ କରିଛନ୍ତି। ଧାନ ଥ୍ରେସର, ବାଡ଼ି ଛଡ଼ାଇବା ପରି ସ୍ବଳ୍ପ ମୂଲ୍ୟର ମେଶିନ ଯୋଗାଇବା ପାଇଁ ତାଙ୍କୁ ଶ୍ରେୟ ଦିଆଯାଇଛି । ସମାଜରେ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share