ଖୁସି ହେଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୭।୪: ବରିଷ୍ଠ ଲେଖିକା ତଥା ସମାଜସେବି ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସାମାଜିକ କାର୍ଯ୍ୟ ପାଇଁ ପଦ୍ମ ଭୂଷଣରେ ସମ୍ମାନୀତ କରାଯାଇଛି। ସୁଧା ମୂର୍ତ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଶାଶୁ। ସୁଧାଙ୍କ ଝିଅ ଅକ୍ଷରା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ସୁନକ। ସୁଧାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ମିଳିବା ପରେ ସୁନକ ଖୁସି ଜାହିର କରିଛନ୍ତି। ସୁନକ କହିଛନ୍ତି ଏହା ମୋ ପାଇଁ ଗର୍ବର ଦିନ। ସୂଚନାଯୋଗ୍ୟ, ଯେତେବେଳେ ସୁଧା ମୂର୍ତ୍ତି ପଦ୍ମ ଭୂଷଣରେ ସମ୍ମାନୀତ ହୋଇଥିଲେ ସେତେବେଳେ ତାଙ୍କ ଝିଅ ଅକ୍ଷରା ଉପସ୍ଥିତ ଥିଲେ।
ଏହି ସମାରୋହ ପରେ ବିଶେଷ ଅବସରକୁ ସମସ୍ତଙ୍କ ସହ ଶେୟାର କରିବାକୁ ଅକ୍ଷରା ଇନଷ୍ଟାଗ୍ରାମ ଆକାଉଣ୍ଟର ସାହାରା ନେଇଥିଲେ। କାରଣ ତାଙ୍କ ମାଆଙ୍କ ଅସାଧାରଣ ଯାତ୍ରା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିଲା। ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ, ମୋତେ ବଡ ଗର୍ବ ଅନୁଭବ ହେଲା, ଯେତେବେଳେ ମୁଁ ଦେଖିଲି କି ମୋ ମା’ ସାମାଜିକ କାର୍ଯ୍ୟ ପାଇଁ ଭାରତର ରାଷ୍ଟ୍ରପତିଙ୍କଠାରୁ ପଦ୍ମ ଭୂଷଣ ପୁରସ୍କାର ଗ୍ରହଣ କରୁଛନ୍ତି।

Share