ଓଡ଼ିଶାର ୪ ପ୍ରତିଭାଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର,୨୫।୧(ଶର୍ମିଷ୍ଠା ପାଣିଗ୍ରାହୀ): ୭୫ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଗୁରୁବାର ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଏଥର ୫ଜଣଙ୍କ ପଦ୍ମବିଭୂଷଣ, ୧୭ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୦ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ। ୧୧୦ ପଦ୍ମଶ୍ରୀଙ୍କ ମଧ୍ୟରୁ ଓଡ଼ିଶାର କଳା କ୍ଷେତ୍ରରେ ୪ଜଣଙ୍କୁ ପଦ୍ମଶ୍ରୀ ମିଳିବ । କୃଷ୍ଣ ଲୀଳାର ସଙ୍ଗୀତକାର ଗୁରୁ ଗୋପୀନାଥ ସ୍ବାଇଁ ଓ ବରଗଡ଼ର ଶବ୍ଦ ନୃତ୍ୟ ଶିଳ୍ପୀ ଗୁରୁ ଭାଗବତ ପ୍ରଧାନ, ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା, ସମ୍ବଲପୁରର ନାଟ୍ୟକାର ତଥା ଗୀତିକାର ବିନୋଦ ବଶାୟତ ‘ପଦ୍ମଶ୍ରୀ’ ପାଇବାକୁ ମନୋନୀତ ହୋଇଛନ୍ତି।

Share