ଆରଣ୍ୟକ ପରେ ନୂଆ ଓଟିଟି ଶୋ’ର ଶୋଭା ବଢାଇବେ ରବିନା

ମୁମ୍ବାଇ: ନିଜ ଷ୍ଟ୍ରିମିଂ ଶୋ’ ଆରଣ୍ୟକକୁ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ପରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ପୁଣିଥରେ ଆଉ ଏକ ଶୋ’ରେ ନଜର ଆସିବେ । ରବିନା ଯିଏ ୧୯୯୦ ଦଶକରେ ବଲିଉଡରେ ରାଜ କରୁଥିଲେ । ନିକଟରେ ତାଙ୍କୁ ମିଳିଛି ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ । ଏବେ ମିଳିଥିବା ସୂଚନା ଅନୁଯାୟୀ, ରବିନା ଆଉ ଏକ ଓଟିଟି ଶୋ’ରେ ଅଭିନୟ କରିବାକୁ ପ୍ରସ୍ତୁତ ହୋଇଗଲେଣି । ନିର୍ମାତା ଶୋ’ର ଶୀର୍ଷକ ଓ କାହାଣୀକୁ ଏବେ ପର୍ଯ୍ୟନ୍ତ ଗୁପ୍ତ ରଖିଛନ୍ତି ।
ନିଜ ଉତ୍ସାହକୁ ଶେୟାର କରି ରବିନା କହିଛନ୍ତି, ମୁଁ ଏହି ଶୋ’ର ଏକ ଅଂଶ ହୋଇଥିବାରୁ ମୋତେ ବହୁତ ଖୁସି ଲାଗୁଛି ।ନିଜ ଉତ୍ସାହକୁ ଶେୟାର କରି ରବିନା କହିଛନ୍ତି, ମୁଁ ଏହି ଶୋ’ର ଏକ ଅଂଶ ହୋଇଥିବାରୁ ମୋତେ ବହୁତ ଖୁସି ଲାଗୁଛି । ଏହି ଶୋ’ ମୋ ପାଇଁ ବହୁତ ଖାସ ହେବାକୁ ଯାଉଛି । କାରଣ ମୋତେ ସବୁବେଳେ ନିଜ ଦ୍ୱାରା ଅଭିନୀତ ସମସ୍ତ ଚରିତ୍ର ସହ ନିଜକୁ ଚ୍ୟାଲେଞ୍ଜ କରିବାକୁ ଏବଂ ପୁନର୍ବାର ଭଲ ପାଇବାକୁ ମୁଁ ଭଲପାଏ, ଏହି ଶୋ’ ମୋତେ ତାହା ଦେଇଛି, ତେଣୁ ମୁଁ ଏତିକି କହିବି କିଛି ମଜା ପାଇଁ ଆମ ସହ ରୁହନ୍ତୁ ।
ଏବେ ପର୍ଯ୍ୟନ୍ତ ଟାଇଟଲ ହେବାକୁ ଥିବା ଶୋ’ ଓଟିଟି ପ୍ଲାଟଫର୍ମ ଡିଜନିପ୍ଲସ ହଟଷ୍ଟାରରେ ଷ୍ଟ୍ରିମ ହେବ, ଏହାର ଶୀର୍ଷକ ଓ ଷ୍ଟ୍ରିମିଂର ତାରିଖ ଖୁବଶୀଘ୍ର ଘୋଷଣା କରାଯିବ ।

Share