ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ପଦ୍ମଶ୍ରୀ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପୁରସ୍କାର ବିତରଣ ଉତ୍ସବ ବୁଧବାର ନୂଆଦିଲ୍ଲୀର ରାଷ୍ଟ୍ରୀୟ ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ରବୀନା ଶାଢ଼ି ପିନ୍ଧିଥିବା ବେଳେ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିବା ଦେଖିବାକୁ ମିଳିଛି।

ରବୀନା ତିନି ଦଶନ୍ଧି ଧରି ବି’ ଟାଉନ୍‌ରେ ବେଶ୍‌ ସକ୍ରିୟ ଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ରବୀନାଙ୍କ ଅଭିନୀତ ‘ମୋହରା’, ‘ଦିଲ୍‌ଓ୍ବାଲେ’, ଅନ୍ଦାଜ୍‌ ଅପନା ଅପ୍‌ନା’ ଭଳି ଫିଲ୍ମ ବକ୍ସ ଅଫିସରେ ସୁପର ହିଟ୍‌ ପ୍ରମାଣିତ ହୋଇଥିଲା। ତାଙ୍କର ସମାଲୋଚକମାନେ ବି ‘ସତ୍ତା’ ଏବଂ ‘ଦାମନ’ ଭଳି ଫିଲ୍ମକୁ ପସନ୍ଦ କରିଥିଲେ।

Share