Categories: ଫୁରସତ

ହସ ଫୁଟାଇଛି ‘ପଦ୍ମା’

୨୦୨୧ ମେ ୧୩। କପିଳାସ ଚିଡ଼ିଆଖାନା ପାଇଁ ଏହି ଦିନ ଥିଲା ବେଶ୍‌ ଦୁଃଖଦ। କାରଣ ପର୍ଯ୍ୟଟକଙ୍କ ମନୋରଞ୍ଜନ କରୁଥିବା ହାତୀ ଶାବକ ‘ହୀରୋ’ ସବୁଦିନ ପାଇଁ ଆଖିବୁଜିଲା ମାରାତ୍ମକ ହର୍ପିସ୍‌ ରୋଗରେ। ଏହାପରେ ଜୁ’ରେ ସୃଷ୍ଟି ହୋଇଥିଲା ଶୂନ୍ୟସ୍ଥାନ। ଏହାର ଯତ୍ନ ନେଉଥିବା ମାହୁନ୍ତ ‘ଦୀପୁ’ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତେବେ ଦୀପୁଙ୍କ ଖାଲିପଣକୁ ପୂରଣ କରିଛି ମାଈ ହାତୀ ଶାବକ ‘ପଦ୍ମା’। ଗତ ଡିସେମ୍ବର ୩୧ରେ ବ୍ରହ୍ମପୁର ଡିଭିଜନରୁ ‘ପଦ୍ମା’କୁ ଉଦ୍ଧାର କରି କପିଳାସ ରେସକ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ଏହାପରେ ଦୀପୁଙ୍କୁ ମିଳିଛି ଏହି ଛୁଆ ହାତୀର ତଦାରଖ ଦାୟିତ୍ୱ। ଇତିମଧ୍ୟରେ ‘ପଦ୍ମା’ ଏବଂ ଦୀପୁଙ୍କ ଭିତରେ ସୃଷ୍ଟି ହୋଇଛି ନିବିଡ଼ ସମ୍ପର୍କ। ହାତୀ ଶାବକ ତାଙ୍କୁ ଜମାରୁ ଛାଡୁନାହିଁ। ପାଖେପାଖେ ବୁଲୁଛି। ‘ପଦ୍ମା’ ସବୁଠାରୁ ଛୋଟ ହାତୀ ହୋଇଥିବାରୁ ତା’ର ସ୍ବାସ୍ଥ୍ୟ ପ୍ରତି ସ୍ବତନ୍ତ୍ର ଭାବେ ଯତ୍ନ ନିଆଯାଉଛି। ଖାଦ୍ୟପେୟ ପାଇଁ ମାସକୁ ହାରାହାରି ୮୦ ହଜାର ଟଙ୍କା ଯାଏ ଖର୍ଚ୍ଚ କରାଯାଉଛି। ଦୈନିକ ଖାଦ୍ୟରେ ସେରେଲାକ୍‌ ଓ ଲାକ୍ଟୋଜେନ ଦିଆଯାଉଛି।

Share