ବିଜେଡି ଦଖଲରେ ପଦ୍ମପୁର ‘କ’ ଜିଲାପରିଷଦ ଜୋନ

ପଦ୍ମପୁର, ୨୭।୨(ଡି.ଏନ୍‌.ଏ.): ରାୟଗଡା ଜିଲା ପଦ୍ମପୁର ବ୍ଲକର ‘କ’ ଜୋନ୍‌ରେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଡର୍‌ଗିନ୍‌ ଶବର ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ସବିତା ଗମାଙ୍ଗଙ୍କୁ ୧୪୮୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ପଦ୍ମପୁର ‘କ’ ଜୋନ୍‌ ପଦ୍ମପୁର, ଗୁଡ଼ିଆବନ୍ଧ ଖମାପଦର,ଖିଲାପଦର, ନାଇରା ଓ ଡେରିଗା କୁ ନେଇ ଗଠିତ। ଜିଲା ପରିଷଦ ଆସନ ପାଇଁ ସର୍ବମୋଟ ୧୩, ୪୯୩ ଜଣ ଭୋଟ ଦେଇଥିଲେ। ସେଥିରୁ ବିଜେଡିର ଡ଼ରଗିନ ଶବର ୫୬୧୮ଭୋଟ ପାଇଚନ୍ତି। ସେହିଭଳି କଂଗ୍ରସରୁ ସବିତା ଗମାଙ୍ଗ ୪୧୩୨ ଭୋଟ ଓ ଭାଜପାରୁ ରେଣୁକା ଗମାଙ୍ଗ ୩୦୭୯ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ସମିତି ସଭ୍ୟ ପ୍ରାର୍ଥୀ ରମେଶ ସାହୁ ବିଜୟୀ ହୋଇଛନ୍ତି। ପଦ୍ମପୁର ପଞ୍ଚାୟତରୁ ପ୍ରକାଶ କଣ୍ଡାଗିରି, ଡେରିଗାଁରୁ ମାଗୁଣି ଶବର, ନାଇରାରୁ ତୁଳସୀ ଶବର ସରପଞ୍ଚ ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଗୁଣି ଗାରେଡ଼ି ସନ୍ଦେହ: ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ, ଅଟକାଇବାକୁ ଯାଇ IIC ଆହତ

ରାୟଗଡ଼ା/ପଦ୍ମପୁର,୨୨।୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଶାନ୍ତ କର)- ରାୟଗଡ଼ା ଜିଲା ପଦ୍ମପୁର ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ଦାଦନ ଖଟିବାକୁ ଯାଇ ଡଙ୍ଗରିଆ ଯୁବତୀଙ୍କ ମୃତ୍ୟୁ

ରାୟଗଡ଼ା,୨୦।୪(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲାର ଆଦିମ ଜନଜାତି ଭାବେ ପରିଚିତ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଜଣେ ନାବାଳିକା ଦାଦନ ଖଟିବାକୁ ଯାଇ ଶନିବାର କେରଳ...

ଷଷ୍ଠ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ, ରାୟଗଡ଼ା ଶିଶୁ ମଙ୍ଗଳ କମିଟିର ତନାଘନା

ରାୟଗଡା,୧୯।୪(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲାରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି। ଜଣେ ୧୪ ବର୍ଷ ତଥା ଷଷ୍ଠ ଶ୍ରେଣୀର ଛାତ୍ରୀ...

ପୁଣି ଅଚଳ ହେଲା ପେଣ୍ଟୋଗ୍ରାଫ୍‌, ରୁଟ୍‌ରେ ଅଟକିଲା ଏକ୍ସପ୍ରେସ୍‌

ରାୟଗଡ଼ା,୧୯ା୪: ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍‌ ଇଞ୍ଜିନର ପେଣ୍ଟୋଗ୍ରାଫ୍‌ କାଶୀପୁର ବ୍ଲକର ଲେଲିଗୁମ୍ବା ରାଉଳି ନିକଟରେ ଅଚଳ ହେବା ଯୋଗୁ କେ.ଆର ଲାଇନରେ...

ଅତିରିକ୍ତ ଜିଲାପାଳଙ୍କ ଘରକୁ ପୁଣି ପସୁଥିଲେ ଚୋର, ପରେ ଯାହାହେଲା…

ରାୟଗଡା,୧୬।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଅତିରିକ୍ତ ଜିଲାପାଳ ନିହାର ରଞ୍ଜନ କହଁରଙ୍କ ସରକାରୀ ବାସଭବନରୁ ମଙ୍ଗଳବାର ଦିନ ଦ୍ବିପହରରେ ଦୁବୃର୍ତ୍ତ ମାନେ ଚୋରି ପାଇଁ ଉଦ୍ୟମ...

କଂଗ୍ରେସ ଏବେ ଲୋକଙ୍କ ଆସ୍ଥାଭାଜନ ହେଉଛି: ଭକ୍ତ

ଭୁବନେଶ୍ୱର/ଗୁଡ଼ାରି, ୧୫।୪ (ରବିନାରାୟଣ ଜେନା/ପ୍ରମୋଦ କୁମାର ପତି): ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପିସିସି ସଭାପତି ଭକ୍ତ ଚରଣ...

ମଦ ଦୋକାନ ସ୍ଥାନାନ୍ତର ଦାବିକଲେ ମହିଳା

ରାୟଗଡ଼ା,୭।୪ (ଭାଗ୍ୟଶ୍ରୀ ମିଶ୍ର)- ରାୟଗଡ଼ା ସହରର ନ୍ୟୁକୋଲୋନୀଠାରେ ଥିବା ୨ଟି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବିକରି ଉକ୍ତ ଅଞ୍ଚଳର ମହିଳାମାନେ ସୋମବାର ଜିଲାପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image