Advertisement

ପଦ୍ମପୁର ଉପନିର୍ବାଚନ: ୨ ପ୍ରାର୍ଥିପତ୍ର ରବ୍ଦ, ୧୧ କାଏମ

ପଦ୍ମପୁର,୧୮।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ହୋଇଥିଲା। ଯାଞ୍ଚରେ ୨ ସ୍ବାଧିନ ପ୍ରାର୍ଥୀ ଜୟନ୍ତ ଥପା ଏବଂ ଦେବଦତ୍ତ ସୁନାନୀଙ୍କ ପ୍ରାର୍ଥିପତ୍ର ରବ୍ଦ ହୋଇଛି।
ଅନ୍ୟପକ୍ଷରେ ୧୧ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ପଦ୍ମପୁର ଉପଜିଲାପାଳ ତଥା ରିଟର୍ନିଂ ଅଫିସର ତ୍ରିଲୋଚନ ପାତ୍ର ସୂଚନା ଦେଇଛନ୍ତି। ଆସନ୍ତା ୨୧ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ଅବଧି ରହିଛି। ଆସନ୍ତା ଡିସେମ୍ବର ୫ତାରିଖ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share