ପଦ୍ମପୁର ଉପନିର୍ବାଚନ: ଭାଜପାର ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ଧାମନଗରଠୁ ଭାଜପା ପ୍ରସ୍ତୁତି ଆରମ୍ଭ କରିଦେଇଛି। ଧାମନଗର ଭଳି ଅଧିକ ଶକ୍ତିଶାଳୀ ହେବା ସହ ଅଧିକ ପ୍ରଚେଷ୍ଟା କରିବାକୁ ଦଳ ନିଷ୍ପତ୍ତି ନେଇଛି। ଖୁବ୍‌ଶୀଘ୍ର ଦଳର କ୍ଷତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଓ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଷ୍ଟ୍ରାଟେଜି ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ଆସୁଛନ୍ତି ।
ତେବେ ପ୍ରାଥମିକ ସ୍ତରରେ ଦଳର ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ମିଳିଛ। ଏମ୍‌ପି ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ବେଳେ ସମସ୍ତ ବିଧାୟକଙ୍କ ସମେତ ପଶ୍ଚିମ ଓଡ଼ିଶାର ନେତାମାନଙ୍କୁ ସେଠାରେ ରହିବାକୁ କୁହାଯାଇଛି ।

Share