Advertisement

ବିଜେଡି-ଭାଜପାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ପଦ୍ମପୁର,୧୯।୧୧(ଡି.ଏନ.ଏ.): ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ। ଏନେଇ ରାଜନୀତି ସରଗରମ ରହିଛି। ୩ ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଜୋରଦାର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଶନିବାର ବିଜେଡି ଏବଂ ଭାଜପା ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରାଯାଇଛି । ବିଜେଡି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ରାଜା ସ୍ବାଇଁ, ମନ୍ତ୍ରୀ ପ୍ରତାପ ଦେବ, ମନ୍ତ୍ରୀ ଅତନୁ ନାୟକ, ମନ୍ତ୍ରୀ ନବ ଦାସ ରହିଛନ୍ତି। ଏଥିସହ ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ, ସିନେ ତାରକା ଅରିନ୍ଦମ ରାୟ ଷ୍ଟାର ପ୍ରଚାରକ ତାଲିକାରେ ନାଁ ରହିଛି।
ସେହିପରି ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ, ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଜୟନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନୀଲ ବଂଶଲ, ଡି. ପୁରେନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସୁରେଶ ପୁଜାରୀ, ଅପରାଜିତା ଷଡଙ୍ଗୀ ଆଦି ରହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share