Advertisement

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ସୋମବାର କ୍ଷେତ୍ର ପରିଦର୍ଶନ କରିଛନ୍ତି। ପଦ୍ମପୁର ନିକଟସ୍ଥ ଚିରୋଲି, ଅନ୍ବେଶା ହଷ୍ଟେଲ ପଡିଆ ଓ ବରିକେଲ ପାଖରେ ସର୍ବମୋଟ ତିନୋଟି ସ୍ଥାନକୁ ଏହି କମିଟି ଗସ୍ତ କରି ସମୀକ୍ଷା କରିଥିଲେ। ଜିଲାପାଳ କାର୍ଯ୍ୟାଳୟ ଓ ଅନ୍ୟ ସମସ୍ତ ସମସ୍ତ କାର୍ଯ୍ୟାଳୟ, ସରକାରୀ କ୍ବାର୍ଟର୍ସ ନିର୍ମାଣ ପାଇଁ ଆବଶ୍ୟମ ଭିତ୍ତିଭୂମି ଦୃଷ୍ଟିରୁ ଏହି ସ୍ଥାନଗୁଡ଼ିକର ସମୀକ୍ଷା ହୋଇଛି।

କମିଟିରେ ବରଗଡ଼ ଅତିରିକ୍ତ ଜିଲାପାଳ ଲଲାଟ କୁମାର ଲୁହା, ପଦ୍ମପୁର ଉପଜିଲାପାଳ ଆଲୋକ ପଟେଲ ଓ ଅନ୍ୟ ୭ ଜଣ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଆର.ଡି.ସିଂଙ୍କ ସହ ଆଲୋଚନା କରିଥିଲେ। ଏହପରେ କମିଟି ବିହିତ ପଦକ୍ଷେପ ପାଇଁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ବୋଲି ଆରଡିସି ଡକ୍ଟର ଦଳାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପରେ ଆରଡିସି ଦଳାଇ ଅନ୍ବେଷା ହଷ୍ଟେଲକୁ ଯାଇ ଛାତ୍ରୀଙ୍କୁ ଭେଟବା ପରେ ନୃସିଂହନାଥ ମନ୍ଦିର ଯାଇ ପ୍ରଭୁଙ୍କ ଦର୍ଶନ ସହ ରୂପାନ୍ତରଣ କାର୍ଯ୍ୟ ତଦାରଖ କରିଥିଲେ। ପଦ୍ମପୁରଠାରେ ଆରଡିସି ଓ ଅନ୍ୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share