ପଦ୍ମପୁର ସବଜେଲରୁ ବିଚାରାଧୀନ ବନ୍ଦୀ ଫେରାର୍ ଘଟଣା: ଧରାପଡିଲେ ଜଣେ, ଆଉଜଣେ ଏବେବି ଫେରାର୍

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ସବଜେଲରୁ ବୁଧବାର ଦିନ ଦ୍ବିପ୍ରହରରେ ଫେରାର ହୋଇଥିବା ୨ବିଚାରାଧୀନ ବନ୍ଦୀଙ୍କ ମଧ୍ୟରୁ ଗୁରୁବାର ଜଣେ ଅଭିଯୁକ୍ତ ଧରାପଡିଛନ୍ତି । ସେ ହେଲେ, ପଦ୍ମପୁର ଥାନା ଅନ୍ତର୍ଗତ ଖଇରପାଲି ଗ୍ରାମର ଟିକେଶ୍ବର ଓରଫ୍ କପିଳାସ ମାହାର । ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ଶ୍ୟାମ ଓରଫ୍ ପୂର୍ଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।ଫେରାର୍ ଥିବା ଅନ୍ୟ ବିଚାରାଧୀନ ବନ୍ଦୀ ତ୍ରିନାଥ ଶବରଙ୍କୁ ପୋଲିସ ଖୋଜାଖୋଜି କରୁଛି।