ପଦ୍ମଶ୍ରୀ ଅନ୍ତର୍ଯାମୀ ମିଶ୍ର ହେବେ ଦିବ୍ୟାଲୋକ ସନ୍ଧାନେ ସମ୍ମାନିତ

କଟକ,୨୫।୧୨: ବିଶିଷ୍ଟ ଭାଷାବିତ୍‌ ତଥା ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯାମୀ ମିଶ୍ରଙ୍କୁ ଦିବ୍ୟାଲୋକ ସନ୍ଧାନେ ସମ୍ମାନ-୨୦୨୪ ପ୍ରଦାନ କରାଯିବ। ଏନେଇ ଲୋକପ୍ରିୟ ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେର ମୁଖ୍ୟ ସମ୍ପାଦକ ଡ. ଶରତ କୁମାର ରଥ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।

ଜାନୁୟାରୀ ୭ରେ ଉରାଳୀ ପଞ୍ଚାୟତ ଅଧୀନ ନଛିପୁରରେ ଥିବା ପ୍ରାଚୀନ ଶୈବପୀଠ ଶ୍ରୀକେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପତ୍ରିକାର ୨୩ତମ ବାର୍ଷିକ ସ୍ବନକ୍ଷତ୍ର ଅନୁଷ୍ଠିତ ହେବ। ଏହି ଅବସରରେ ପଦ୍ମଶ୍ରୀ ମିଶ୍ରଙ୍କୁ ସାଧୁସନ୍ଥଙ୍କ ଦ୍ୱାରା ଏହି ସମ୍ମାନ ପ୍ରଦାନ କରାଯିବ।

ସତ୍‌ସଙ୍ଗର ଉଦ୍‌ଘାଟକ ଭାବେ ବିଶିଷ୍ଟ କ୍ରିୟାଯୋଗୀ ପୂଜ୍ୟ ସ୍ବାମୀ ଶ୍ରଦ୍ଧାନନ୍ଦ ଗିରି ମହାରାଜ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏପରିକି ଜଗନ୍ନାଥ ସଂସ୍କୃତି ପ୍ରବକ୍ତା ଡାକ୍ତର ଆଶୁତୋଷ ପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଓଡ଼ିଆ ଜନଜୀବନରେ ଶ୍ରୀଜଗନ୍ନାଥ’ ପ୍ରସଙ୍ଗ ଉପରେ ଆଲୋଚନା ରଖିବେ ବୋଲି ଜଣାପଡ଼ିଛି l ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଗଣଶିକ୍ଷା ନିର୍ଦ୍ଦେଶକ ଡ. ଶରତ କୁମାର ବିଶ୍ୱାଳ ଉପସ୍ଥିତ ରହିବେ ବୋଲି ପତ୍ରିକାର ସମ୍ପାଦକ ସନ୍ନ୍ୟାସୀ ଜୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଟାରିଫ୍ ଛାଟ: ଭାରତୀୟ ବଜାର କ୍ରାସ୍ ହେବା ମାତ୍ରେ ୧୦ ସେକେଣ୍ଡରେ ବୁଡ଼ିଗଲା ୨୦ ଲକ୍ଷ କୋଟି ଟଙ୍କା

ମୁମ୍ବାଇ,୭ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଲାଗୁ କରିବା ଦ୍ଵାରା ସାରା ବିଶ୍ୱରେ ଅରାଜକତା ସୃଷ୍ଟି ହୋଇଛି। ଯାହା ଭାରତୀୟ ଇକ୍ୱିଟି ବଜାରକୁ ୧୦...

ନାବାଳିକା ଅପହରଣକାରୀଙ୍କୁ ଦୁଇବର୍ଷ ଜେଲ୍ 

କେନ୍ଦୁଝର,୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି  ବିଜୟ କୁମାର ମିଶ୍ର  ସୋମବାର ଏକ  ୧୬ ବର୍ଷ ବୟସ୍କା ନାବାଳିକା ଅପହରଣ ଓ...

‘ବଡ଼ ସହରରେ…’: ଯୌନ ନିର୍ଯାତନା ଭିଡିଓ ଉପରେ କର୍ଣ୍ଣାଟକ ମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ବୟାନ

ବେଙ୍ଗାଲୁରୁ,୭ା୪: ବେଙ୍ଗାଲୁରୁ ରାସ୍ତାରେ ଜଣେ ପୁରୁଷ ଜଣେ ମହିଳାଙ୍କ ସହିତ ଅସଦାଚରଣ କରି ଦୌଡ଼ି ପଳାଇଯିବାର ଭିଡିଓ ଉପରେ ଉତ୍ତେଜନା ମଧ୍ୟରେ, କର୍ଣ୍ଣାଟକ ଗୃହମନ୍ତ୍ରୀ ଜି...

ତାତିଲେ ବିଦ୍ୟୁତ୍‌ ଉପଭୋକ୍ତା

ଅନୁଗୋଳ ଅଫିସ ୭।୪(ମାନସ ବିଶ୍ୱାଳ)- ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏଶନର(ଏଆଇଇସିଏ) ଆହୱା କ୍ରମେ ୧ରୁ ୭ ଏପ୍ରିଲ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ଜାରି ରହିଛି...

ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କଲେ ଏମପି ମୁନା ଖାନ୍‌, କହିଲେ-ମୁଁ ସିଧା ଯାଇ…

ଭୁବନେଶ୍ୱର,୭ା୪: ଓ୍ବକ୍‌ଫ ବିଲ୍‌କୁ ନେଇ ବିଜୁ ଜନତା ଦଳ(ବିଜେଡି)ରେ ଉଠିଥିବା ଝଡ଼ ଥମିବାର ନାଁ ନେଉନାହିଁ। କେଉଁ ପରିସ୍ଥିତିରେ ଦଳର ଭୋଟ୍ ଦୁଇଭାଗ ହୋଇଗଲା ତାହାକୁ...

ଦେବାଶିଷଙ୍କୁ ସିଧା ଟାର୍ଗେଟ୍‌ କଲେ ସୋଫିଆ, କହିଲେ କଟକର ମୁସଲମାନଙ୍କୁ…

କଟକ,୭ା୪: ଏମ୍‌ପି ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ବିଧାୟିକା ସୋଫିଆ ଫିର୍ଦୋସ। ଓ୍ବକଫ୍‌ ବିଲ୍‌ ଭୋଟ୍‌ ବେଳେ ଓ୍ବାକଆଉଟ୍‌କୁ ନେଇ ସିଧା ଟାର୍ଗେଟ କରିଛନ୍ତି...

ସାହିଯାତ ଆରମ୍ଭ: ଶ୍ରୀକ୍ଷେତ୍ର ଉତ୍ସବମୁଖର

ପୁରୀ,୭ା୪(ଅଜିତ୍‌ କୁମାର ମହାନ୍ତି): ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ...

ଟାର୍ଗେଟ ପୂରଣ ନ ହେବାରୁ କୁକୁର ଭଳି ବ୍ୟବହାର ଘଟଣା: ଭିଡିଓ ଭାଇରାଲ ପରେ କେରଳ ଶ୍ରମବିଭାଗର ତନାଘନା

କୋଚି, ୭।୪: କେରଳର କୋଚିସ୍ଥିତ ପେରୁମ୍ବୁରରେ ଥିବା ଏକ ପ୍ରାଇଭେଟ ମାର୍କେଟିଂ କମ୍ପାନୀର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image