ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

ଜୟପୁର,୨୨ା୮ (ନି.ପ୍ର.): ପାରମ୍ପରିକ ଜୈବିକ ଚାଷର ପ୍ରଚାରପ୍ରସାର କରିବା ଦିଗରେ ବିଶେଷ ଭୂମିକା ଗ୍ରହଣ କରିଥିବା କୋରାପୁଟ ଜିଲାର ପଦ୍ମଶ୍ରୀ କମଳା ପୂଜାରୀ ରବିବାର ଅସୁସ୍ଥ ହୋଇପଡ଼ିଛନ୍ତି। କମଳା ଜ୍ୱର ସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର କ୍ୟାବିନ୍‌ରେ ରଖି ଚିକିତ୍ସା କରାଯାଉଛି। ଆବଶ୍ୟକ ହେଲେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ମାସକ ତଳେ କମଳା ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି ହୋଇଥିଲେ। ସୁସ୍ଥ ହେବା ପରେ ଘରକୁ ଫେରିଥିଲେ।

Share