ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଜୟପୁର,୫ା୧(ପବନ ପାଣିଗ୍ରାହୀ):କୋରାପୁଟ ଜିଲା ଜୟପୁର ବ୍ଲକ ପାତ୍ରପୁଟସ୍ଥିତ ଘରେ ରହୁଥିବା ପଦ୍ମଶ୍ରୀ କମଳା ପୂଜାରୀ ଗୁରୁବାର ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ବତନ୍ତ୍ର କ୍ୟାବିନରେ ରଖି ଚିକିତ୍ସା କରାଯାଉଥିଲା। କିନ୍ତୁ ଜିଲାପାଳ ଅବଦୁଲ ମହମ୍ମଦ ଅଖତାର ତାଙ୍କୁ ଅଧିକ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି। କମଳାଙ୍କ ଅସୁସ୍ଥ ଖବର ଜଣାପଡ଼ିିବା ପରେ ଜୟପୁର ଉପ ଜିଲାପାଳ ପ୍ରଭାତ ପରିଡ଼ା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ବିଡିଓ ଶକ୍ତି ମହାପାତ୍ର ଡାକ୍ତଖାନାରେ ପହଞ୍ଚତ୍ ତାଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟାବସ୍ଥା ବିଷୟରେ ବୁଝିଥିଲେ। କମଳାଙ୍କ ଆନେମିଆ (ରକ୍ତହୀନତା)ଥିବା ଜଣାଯାଇଛି।