ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ମୁମ୍ବାଇ ଗୌରବ ସମ୍ମାନ

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): ଚଳିତ ମାସ ୬ ତାରିଖରେ ମୁମ୍ବାଇସ୍ଥିତ ଦାଦର ସ୍ବାତନ୍ତ୍ର୍ୟବୀର ସାବରକର ଅଡ଼ିଟୋରିୟମଠାରେ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଆରମ୍ଭରେ ଏଲ୍‌ଆଇସି ଇଡି ରତ୍ନାକର ପଟ୍ଟନାୟକ, ଆର୍‌ବିଆଇ ଇଡି ଚାରୁଲତା କର, ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ଡାକ୍ତର ସପନ ମିଶ୍ର ଓ ଚମ୍ପକ ତ୍ରିପାଠୀ ମା’ ସମଲେଇଙ୍କ ପୂଜାର୍ଚ୍ଚନା କରିଥିଲେ। କିମ୍ବଦନ୍ତୀ ଅଭିନେତା ନିର୍ଦ୍ଦେଶକ ସ୍ବର୍ଗତ ପଦ୍ମଶ୍ରୀ ସାଧୁ ମେହେରଙ୍କ ସ୍ମୃତିରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ସଦସ୍ୟ ଆୟକର ବିଭାଗର ଅବସରପ୍ରାପ୍ତ କମିଶନର ଅଧ୍ୟକ୍ଷ ଶ୍ରୀକାନ୍ତ ଚାଟାର୍ଜୀ ଅତିଥିଙ୍କୁ ସ୍ବାଗତ କରିଥିଲେ। ଏହା ପରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ପଶ୍ଚିମ ଓଡିଶା ପରିବାର ମୁମ୍ବାଇ ଗୌରବ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା। ସମ୍ବଲପୁରୀ ଭାଷା ଓ ସଂସ୍କୃତିର ଅବଦାନ ପାଇଁ ଡକ୍ଟର ସପନ ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ପରେ ଗୁରୁ ଦୁର୍ଗା ଦାଶ ଓ ଗୁରୁ ଅସୀମ ପ୍ରଧାନଙ୍କ ନେତୃତ୍ୱରେ ରଙ୍ଗ ଫରୁଆ ଗ୍ରୁପ ଦ୍ୱାରା ପରିବେଷିତ ସମ୍ବଲପୁରୀ ସଂଗୀତ ଓ ନୃତ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ଓ ପ୍ରାମାଣିକ ଓଡିଆ ଖାଦ୍ୟର ମଜା ନେଇଥିଲେ। ପାରମ୍ପରିକ ସମ୍ବଲପୁରୀ ହ୍ୟାଣ୍ଡଲୁମ ପରିଧାନ କରିଥିବା ସଦସ୍ୟମାନଙ୍କୁ ନେଇ ଏକ ସମ୍ବଲପୁରୀ ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ କବିତା ସାହାଣୀ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୫ ହଜାରରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ୟ

ଭବାନୀପାଟଣା,୯ା୧୦ (ଉତ୍ତମ କୁମାର ଦାଶ): ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଧବାର ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀଠାରୁ ବିଜେଡି ସଭ୍ୟ...

ଟ୍ରକ୍‌ ଧକ୍କାରେ ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ, ଜଣେ ଗୁରୁତର

ଥୁଆମୂଳ ରାମପୁର,୯ା୧୦(ଦୁର୍ଗା କୀର୍ତ୍ତି): ପୋଲିସ ପ୍ରଶାସନର ଘନଘନ ରୋଡ୍‌ ସୁରକ୍ଷା ସଚେତନତା ସତ୍ତ୍ୱେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଆଉ ବିଶେଷକରି କଳାହାଣ୍ଡି...

୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣଙ୍କ ଆତ୍ମସମର୍ପଣ

ମାଲକାନଗିରି,୯ା୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଜଗଦଲପୁରରେ ୧ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀଙ୍କ ସମେତ ୪ ଜଣ ବୁଧବାର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ...

ତାରରେ ଲୁଗା ଶୁଖାଉଥିବାବେଳେ ମହିଳାଙ୍କୁ ମାରିଲା କରେଣ୍ଟ, ଆଉ ତା’ ପରେ…

ବାଲିଗୁଡ଼ା,୯ା୧୦: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ଆଘାତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା...

ରାଜପଥରେ ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌, ଚାଲିଗଲା ଯୁବକଙ୍କ ଜୀବନ

କୋରାପୁଟ,୯ା୧୦(ଅମିତାଭ ବେହେରା): କୋରାପୁଟରୁ ବିଶାଖାପାଟଣା ଯାଇଥିବା ୨୬ନମ୍ବର ଜାତୀୟ ରାଜପଥର ଡୁମୁରିପୁଟଠାରେ ଏକ ସ୍କୁଟି ସହ ଟ୍ରକ୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ...

ନୀଳ ଗାମୁଛାକୁ ମନ୍ତ୍ରୀ, ଏମ୍‌ପିଙ୍କ…

ଛତ୍ରପୁର,୯ା୧୦(ସନ୍ତୋଷ ପାଢ଼ୀ): ଦୀର୍ଘ ୧୫ ମାସ ପରେ ବୁଧବାର ଗଞ୍ଜାମ ଜିଲା ପରିଷଦ ବୈଠକ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ପ୍ରତି ୩ ମାସକୁ...

ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର କରି ୧୪ ବର୍ଷ ଜେଲ୍‌ଦଣ୍ଡ ଭୋଗିବେ ଅଭିଯୁକ୍ତ

ବରଗଡ଼,୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ରେଙ୍ଗାଲି କ୍ୟାମ୍ପ ଅଞ୍ଚଳରେ୨୦୧୪ ନଭେମ୍ବରରେ ସଂଘଟିତ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଏବଂ ଗର୍ଭପାତ ମାମଲାର ରାୟ ବୁଧବାର...

ମୁଖ୍ୟମନ୍ତ୍ରୀଙ୍କ ଗାଁ ରାସ୍ତା ଶୋଚନୀୟ, ବିଭାଗର ନଜର ନାହିଁ

କେନ୍ଦୁଝର,୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ଓ ରାଇକଳା ପଞ୍ଚାୟତ ସଂଯୋଗ କରୁଥିବା ରାସ୍ତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri