ମେଦବହୁଳତା ଯୋଗୁ ଜେଲ ଯିବାରୁ ବର୍ତ୍ତିଗଲେ ବଳାତ୍କାରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କାନବେରା: ଅପରାଧୀ ଯେତେ ଚାଲାକ ହୋଇଥାଉ ନା କାହିଁକି ଆଇନ ହାତରେ ଦିନେ ନା ଦିନେ ସେ ଧରାପଡେ। ହେଲେ ଜଣେ ଅବରାଧୀ ନିଜର ମେଦବହୁଳତା ପାଇଁ ଜେଲ ଜିବାରୁ ବଞ୍ଚିତ ହୋଇଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ଘଟଣା ଘଟିଛି ଅଷ୍ଟ୍ରେଲିଆର ରାଜଧାନୀ କାନବେରାରେ। ଅପରାଧୀ ଜଣଙ୍କ ହେଲେ ପିଟର ଜନ୍‌।
୬୧ ବର୍ଷୀୟ ପିଟର ପେସାରେ ଜଣେ ଶିକ୍ଷକ। ସେ ନିଜର ୬ଜଣ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ଏହି ମାମଲାର ବିଚାର କରାଯିବା ପରେ ତାଙ୍କୁ ଅପରାଧୀ ଘୋଷଣା କରାଗଲା। ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କୁ ଜେଲ ପଠାଯାଇ ନାହିଁ। ମୋଟାପଣ ପାଇଁ ଆଜି ପର୍ଯ୍ୟନ୍ତ ସେ ଜେଲ ଜାଇ ନାହାନ୍ତି। କାରଣ ତାଙ୍କୁ ଜେଲକୁ ନେବା ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି କାରଣରୁ ତାଙ୍କୁ ଘରେ ନଜରବନ୍ଦୀ କରି ରଖାଯାଇଛି। ଏବେ ତାଙ୍କୁ ଜେଲ ପଠାଯିବାକୁ ଯୋଜନା ଚାଲିଛି। ଅଗଷ୍ଟ ୨୫ରେ ତାଙ୍କର ଶୁଣାଣୀ ହେବାର ରହିଛି।

Share