ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ

ପୁରୀ ଅଫିସ,୧୬ା୧୨: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠାରୁ ମକର ସକ୍ରାନ୍ତି ଯାଏ ମାସେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିହେବ। ଏନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯାଇଛି।

ଏହି ମାସରେ ମହାଲକ୍ଷ୍ମୀ ବାପ ଘରକୁ ଯିବାର ବିଧି ରହିଛି। ତେଣୁ ମହାପ୍ରଭୁଙ୍କ ପାଇଁ ମାସେ ଯାକ ମା’ ଯଶୋଦା ପହିଲି ଭୋଗ ପ୍ରସ୍ତୁତ କରିବେ। ଏହି ଭୋଗରେ ବଡ଼ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡ଼ା, କାକରା, ଲଡ଼ୁ ଗଜା ଆଦି ଭୋଗ ଲାଗି ହୁଏ। ଆଜି ଧନୁସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି।