ପାଇକ କଳାକୁ ନାହିଁ ପ୍ରୋତ୍ସାହନ

ବନ୍ତଳା,୧୨ା୧ ଶତ୍ରୁ ଆକ୍ରମଣ ବେଳେ ରାଜାଙ୍କ ଗଡ଼କୁ ସୁରକ୍ଷା ଦେଉଥିଲେ। ପାରମ୍ପରିକ ଅସ୍ତ୍ରଶସ୍ତ୍ରଧରି ଇଂରେଜମାନଙ୍କ ପଥରୋଧ କରିଥିଲେ। ସ୍ବତନ୍ତ୍ର ସମରକଳାରେ ନିପୁଣ କ୍ଷତ୍ରିୟ ପାଇକମାନେ ସେତେବେଳେ ନିଜ ସାହସ, ବୀରତ୍ୱ ପାଇଁ ବେଶ୍‌ ପ୍ରଶଂସା ପାଉଥିଲେ। ହେଲେ ଅନୁଗୋଳ ଜିଲା ପ୍ରଶାସନ ଦ୍ୱାରା ସେମାନଙ୍କ କଳା, ପରିବାର ଏବେ ଉପେକ୍ଷିତ। ସରକାରଙ୍କ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା କି ପ୍ରୋତ୍ସାହନ ମିଳୁନାହିଁ। ମୂଲମଜୁରି କରି ଜିଲାର କ୍ଷତ୍ରିୟ ପାଇକମାନେ ଚଳୁଥିବା ବେଳେ ସେମାନଙ୍କ କଳାକୁ ବଞ୍ଚାଇ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉ ନାହିଁ। ଏପରି କି ଜିଲା ମହୋତ୍ସବରେ ପାଇକ କଳାକୁ ପୁରସ୍କୃତ କରୁଥିବା ପ୍ରଶାସନ ଏହାକୁ ପଞ୍ଜୀକରଣ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରୁ ନ ଥିବା ବନ୍ତଳା ଥାନା ବଡ଼ହିଂସ କ୍ଷତ୍ରିୟ ପାଇକ ପରିବାରଗୁଡ଼ିକ ପକ୍ଷରୁ ଅଭିଯୋଗ ହେଉଛି।
ପାଇକମାନଙ୍କ କହିବା ଅନୁଯାୟୀ, ୫ ଶହ ବର୍ଷ ପୂର୍ବରୁ ରାଜା ଅନୁ କନ୍ଧ ତଳଗଡ଼ରେ ଗଡ଼ ସ୍ଥାପନ କରିଥିଲେ। ଉକ୍ତ ଗଡ଼କୁ ସୁରକ୍ଷା ଦେବା ପାଇଁ ସେତେବେଳର କ୍ଷତ୍ରିୟ ପାଇକମାନେ ଖୋର୍ଦ୍ଧା, ବୌଦ୍ଧ, ନୟାଗଡ଼, ରାଜଖରିଆର ଆଦି ସ୍ଥାନରୁ ସେମାନଙ୍କ ବଂଶଧରଙ୍କୁ ଏଠାକୁ ଆଣିଥିଲେ। ବର୍ତ୍ତମାନ ଗ୍ରାମରେ ସମୁଦାୟ ୯୦ ପାଇକ ପରିବାର ବାସ କରୁଛନ୍ତି। ଆଜି ବି ସେମାନେ ସମରକଳାର ଅଭ୍ୟାସ ଜାରି ରଖିଛନ୍ତି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଖଣ୍ଡା, କାତି, ପଟା, ଟିପା, ଢାଲ, ତଲୁଆର, ଟାଙ୍ଗି, ଛୁରି ଆଦି ସେମାନେ ସାଇତି ରଖିଛନ୍ତି। ପ୍ରତିବର୍ଷ ଦଶହରା ସମୟରେ ମା’ ଭୈରବୀ ଠାକୁରାଣୀଙ୍କ ନିକଟରେ ସେସବୁ ପୂଜା କରି କଳା ପ୍ରଦର୍ଶନ କରିଥାନ୍ତି। ଇତିମଧ୍ୟରେ ବହୁ ପୁରାତନ ଅସ୍ତ୍ର ନଷ୍ଟ ଅବସ୍ଥାକୁ ଆସିଗଲାଣି। ହେଲେ ଅର୍ଥ ଅଭାବରୁ ନୂଆ ସାମଗ୍ରୀ କିଣାଯାଇପାରୁ ନାହିଁ। ଯାହା ଅଳ୍ପ କିଛି ଅସ୍ତ୍ରଶସ୍ତ୍ର ରହିଛି ତାହାକୁ ଧରି ପୋକତୁଙ୍ଗା, ବାରଗୌଣିଆ, ଧୋକୁଟା, ଶଙ୍ଖପୁର, ଲାଛବନ୍ଧ, ବନ୍ତଳା, ଖିଣ୍ଡା, ଗଡ଼ତରାଶ, ତଳଗଡ଼, କଣ୍ଟମେଘ, କଞ୍ଜା, କଣ୍ଟକୁଳ, ଅନୁଗୋଳ, ତାଳଚେର, ଆଠମଲ୍ଲିକ, ଢେଙ୍କାନାଳ, ବଲାଙ୍ଗୀର, ରାଜଖରିଆର, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, କଟକ ଆଦି ସ୍ଥାନରେ ନିଜ କଳା ପ୍ରଦର୍ଶନ କରି ପାଇକମାନେ ଅନେକ ପୁରସ୍କାର ପାଇପାରିଛନ୍ତି। ଅନୁଗୋଳ ଜିଲା ମହୋତ୍ସବରେ ମଧ୍ୟ ସେମାନେ ପୁରସ୍କୃତ ହୋଇଛନ୍ତି। ଜିଲାର କ୍ଷତ୍ରିୟ ପାଇକମାନଙ୍କ ସମ୍ପର୍କରେ ପ୍ରଶାସନ ଅବଗତ ଥିଲେ ମଧ୍ୟ କଳାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଉନାହିଁ। ପାଇକ କଳାକୁ ପଞ୍ଜୀକରଣ କରାଯାଉ ନାହିଁ କି କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉ ନାହିଁ ବୋଲି ଗ୍ରାମ ସଭାପତି ଶ୍ରୀଖର ଗଡ଼ନାୟକ, ସମ୍ପାଦକ କେଦାର ପଧାନ, ଦୋଳଗୋବିନ୍ଦ ପଧାନ, ଉମେଶ ଜେନା, ଲମ୍ବୋଦର ପତିଆର, ପ୍ରାଣବନ୍ଧୁ ପତିଆର, ପବନା ଗଡ଼ନାୟକ, ପବିତ୍ର ପତିଆର, ବଂଶୀଧର ପତିଆର, ବିରଞ୍ଚି ପତିଆର, କେଶବ ପଧାନ, ବେଣୁଧର ଗଡ଼ନାୟକ, ମଦନ ପତିଆର, ପରଭାସିଆ ପତିଆର, ଗୌରା ସାମଲ ଦୁଃଖର ସହିତ ପ୍ରକାଶ କରିଛନ୍ତି।

ପରିବାର ଖର୍ଚ୍ଚରୁ କିଛି ଅର୍ଥ ଦେଉଛୁ
ବଡ଼ିହିଂସ କ୍ଷତ୍ରିୟ ପାଇକମାନେ ସରକାରଙ୍କ ଠାରୁ କୌଣସି ସୁବିଧା ପାଉନାହାନ୍ତି। ମୂଲମଜୁରି କରି ଚଳୁଥିଲେ ମଧ୍ୟ ନିଜ କଳାକୁ ସୁରକ୍ଷିତ ରଖିବା ପାଇଁ ସେମାନେ ବହୁ ପରିଶ୍ରମ କରୁଛନ୍ତି। ନିଜ ପରିବାର ଚଳାଇବା ଅର୍ଥରୁ କିଛି ବାହାର କରି କଳାର ସୁରକ୍ଷା ପାଇଁ ଦେଉଛନ୍ତି।
-କୁମର ସାମଲ, ଗ୍ରାମବାସୀ
ଅବହେଳାର ଶିକାର ହେଉଛୁ
ବୁଡ଼ି ଯାଉଥିବା ପାଇକ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ବହୁ ଚେଷ୍ଟା କରାଯାଇଛି। ସରକାର ଆମ ଦୁଃଖ ବୁଝୁନାହାନ୍ତି କି କଳାର ସୁରକ୍ଷା ସମ୍ପର୍କରେ ଚିନ୍ତା କରୁନାହାନ୍ତି। ଗ୍ରାମର ପାଇକ ପରିବାରମାନେ ଦୀର୍ଘବର୍ଷ ହେଲା ଏପରି ଅବହେଳାର ଶିକାର ହୋଇ ଆସୁଛନ୍ତି।
-ବଂଶୀଧର ପତିଆର, ଗ୍ରାମବାସୀ
ଆବାସଟିଏ ଆଜିଯାଏ ମିଳିନି
ଯେଉଁ ଜାଗାରେ ପାଇକମାନେ ରହୁଛନ୍ତି ତାହା ଜଣେ ଜମିଦାରଙ୍କ ନାମରେ ଅଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆଜିପର୍ଯ୍ୟନ୍ତ ପାଇକଙ୍କ ନାମରେ ତାହା ହୋଇପାରୁନାହିଁ। ସେଥିପାଇଁ ଆବାସ ଯୋଜନାରେ ଘରଟିଏ ମିଳିପାରୁନି। ସରକାର ଦୃଷ୍ଟି ଦେଲେ କଳାର ପୁନରୁଦ୍ଧାର ହୋଇପାରିବ।
-ଶମ୍ଭୁନାଥ ପଧାନ, ଗ୍ରାମବାସୀ
ଭତ୍ତା ଦେଉନାହାନ୍ତି ସରକାର
ପିଲା ଦିନରୁ ଅନେକ ସ୍ଥାନରେ ସମରକଳା ପ୍ରଦର୍ଶନ କରୁଛୁ। ବୟସର ଶେଷ ସୋପାନରେ ପହଞ୍ଚିସାରିଥିଲେ ମଧ୍ୟ ଏଯାଏ ସରକାର ଭତ୍ତା ଦେଲେନି। ଘରଡିହ ପଟ୍ଟା ନ ଥିବାରୁ ପିଲାମାନେ ବହୁ ହଇରାଣ ହେଉଛନ୍ତି। ସରକାର ଗରିବମାନଙ୍କୁ ପକ୍କା ଘର ଦେଉଥିଲେ ମଧ୍ୟ ଆଜିଯାଏ ଆମେ ଭଙ୍ଗା ଚାଳ ଘରେ ପଡ଼ିରହିଛୁ।
-ଲମ୍ବୋଦର ପତିଆର, ଗ୍ରାମବାସୀ
ସଂଗ୍ରାମ ଜାରି ରଖିବୁ
ଜିଲା ପ୍ରଶାସନ ପାଇକ କଳାକୁ ପଞ୍ଜୀକରଣ କରୁନାହିଁ। ଫଳରେ ଆମ ଦୁଃଖ ସରକାରଙ୍କ ନିକଟରେ ପହଞ୍ଚିପାରୁନି। ଜିଲା ମହୋତ୍ସବରେ ପୁରସ୍କାର ଦେଉଥିବା ପ୍ରଶାସନ ସର୍ବଦା ଅବହେଳା କରୁଛି। ତଥାପି ଆମ କଳାକୁ ସାଇତି ରଖିବା ପାଇଁ ଆମେ ଦିନରାତି ସଂଗ୍ରାମ ଜାରି ରଖିବୁ।
-କେଶବ ପତିଆର, ଗ୍ରାମବାସୀ
ସୁରକ୍ଷା ମିଳିଲେ ଉପକୃତ ହୁଅନ୍ତୁ
ଗାଁରେ ୩୦ ବିଧବା, ବୃଦ୍ଧାବୃଦ୍ଧ ଅଛନ୍ତି। କିନ୍ତୁ ଆଜିଯାଏ କେହି ଭତ୍ତା ପାଇନାହାନ୍ତି। ଭୋଟ ବେଳେ ବହୁ ନେତା ଆସୁଛନ୍ତି। ଗ୍ରାମବାସୀଙ୍କୁ ମୁଣ୍ଡିଆ ମାରି ନାନା ପ୍ରତିଶ୍ରୁତି ଦେଇ ଯାଉଛନ୍ତି। କିନ୍ତୁ ଆମ କଥା ସରକାରଙ୍କ ନିକଟରେ କେହି ପହଞ୍ଚାଇ ପାରୁନାହାନ୍ତି। ସରକାର ପାଇକ ପରିବାର ଓ କଳାକୁ ସୁରକ୍ଷା ଦେଲେ ଉପକୃତ ହୁଅନ୍ତୁ।
-ଗୌରା ସାମଲ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଲାଗୁ ହେଲା ନୂଆ ପେନସନ ନିୟମ, ଏମାନଙ୍କୁ ମିଳିବନି ଲାଭ

ନୂଆଦିଲ୍ଲୀ,୧।୪: ଯଦି ଆପଣ ସରକାରୀ ଚାକିରି କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ, କାରଣ କେନ୍ଦ୍ର ସରକାରଙ୍କ ୟୁନିଫାଏଡ ପେନସନ ଯୋଜନା (UPS)...

କାହା ସ୍ବାର୍ଥରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ? ନିର୍ମାଣର ୬ବର୍ଷ ପରେ ମଧ୍ୟ ଆସିଲା ନାହିଁ ଲୋକଙ୍କ କାମରେ

ଥୁଆମୂଳ ରାମପୁର,୧।୪(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଜଳସେଚନ ପ୍ରକଳ୍ପ ଦ୍ବାରା କୃଷିର ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦରେ ବିଭିନ୍ନ ସ୍ଥାନରେ କ୍ଷୁଦ୍ର...

୨୦୨୮ରେ ଟ୍ରମ୍ପ-ଓବାମାଙ୍କ ମଧ୍ୟରେ ହେବ ମହାମୁକାବିଲା? ଆମେରିକା ରାଜନୀତିରେ ହଇଚଇ

ଓ୍ବାଶିଂଟନ୍‌,୧।୪: ନିକଟରେ ଆମେରିକୀୟ ରାଜନୀତିରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ବାରାକ ଓବାମା 2028 ରେ ମୁହାଁମୁହିଁ ହେବେ କି?...

ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଉଦଘାଟିତ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ଠାରେ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ସ୍ଥାନୀୟ କୋର୍ଟ...

ହ୍ବାଟସଆପ୍‌ ଷ୍ଟାଟସ୍‌ରେ ଗୀତ ରଖିବାକୁ ଚାହୁଁଛନ୍ତି କି? ଏମିତି କରନ୍ତୁ ଷ୍ଟେପ୍‌ ବାଏ ଷ୍ଟେପ୍‌

ଯଦି ଆପଣ ଇନଷ୍ଟାଗ୍ରାମ ପରି ହ୍ବାଟସଆପରେ ଗୀତର ଷ୍ଟାଟସ ରଖିବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ ଏହି ଟ୍ରିକ୍‌। ହ୍ବାଟସଆପ ତାର ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ...

ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଗ୍ରାହକ ସାଜି ରାଣୀ ମହୁମାଛିଙ୍କ ସମେତ ୫ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା,୧ା୪: ସୁନ୍ଦରଗଡ଼ ଜିଲା ଝିରପାଣି ଥାନା କୋଏଲ ନଗର ଅଞ୍ଚଳରେ ମଙ୍ଗଳବାର ଏକ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଣୀ ମହୁମାଛିଙ୍କ ସମେତ ୫ ଦେହଜୀବୀଙ୍କୁ...

ଆଇଆର୍‌ବି ବାଟାଲିୟନରେ ପୋଲିସ ପ୍ରତିଷ୍ଠା ଦିବସ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡ଼ା ୮ମ ସଂରକ୍ଷିତ ବାହିନୀ ତରଫରୁ ମଙ୍ଗଳବାର ଉତ୍କଳ ଦିବସ ସହ ୯୦ ତମ ଓଡ଼ିଶା ପୋଲିସ...

Jio ନା BSNL, ୧୦୦ଟଙ୍କାରେ କିଏ ଦେଉଛି 5 GB ମାଗଣା ଡାଟା, କେଉଁଟା ଫାଇଦା

ଜିଓରେ ୧୦୦ ଟଙ୍କା ଏବଂ ବିଏସଏନଏଲରେ ୧୦୭ ଟଙ୍କା ରିଚାର୍ଜ ପ୍ଲାନ ଅଛି। ଜିଓର ୧୦୦ ଟଙ୍କା ରିଚାର୍ଜ ଯୋଜନାରେ ଗ୍ରାହକମାନଙ୍କୁ ଏକ ସ୍ବତନ୍ତ୍ର ଅଫର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image